ନୂଆଦିଲ୍ଲୀ,୧୨/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):-ପ୍ରବୀଣ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ୯୦ବର୍ଷ ବୟସରେ ପରଲୋକ ହୋଇଛି । ମହାରାଷ୍ଟ୍ର ଲାଟୁର ସ୍ଥିତ ବାସଭବନରେ ତାଙ୍କରି ଦେହାନ୍ତ ଘଟିଥିବାବେଳେ ସେ ଲାଟୁରରୁ ସାତ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୧ ଋ ୧୯୯୬ ମସିହା ପର୍ଯ୍ୟନ୍ତ ସେ ଲୋକସଭା ବାଚସ୍ପତି ଥିଲେ । ୨୦୦୪ ରୁ ୨୦୦୮ ମସିହା ପର୍ଯ୍ୟନ୍ତ ସେ କେନ୍ଦ୍ର ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।




