ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ ଭାଇରାଲ ଭିଡିଓ ଆଧାରରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି। ବ୍ରହ୍ମପୁର ସଦର ଥାନା ପୋଲିସ ଆକ୍ରମଣ କରୁଥିବା ଦୃଶ୍ୟ କୁ ଦୃଷ୍ଟି ନେଇ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ଅଭିଯୁକ୍ତ ଜଣକ ପ୍ରତାପ କୃଷ୍ଣଚନ୍ଦ୍ରପୁର କାଉଖତ ଗ୍ରାମର ଆର. ଶିବରାମ ଓରଫ ଅରୁପ(୨୩)ଗିରଫ ହୋଇଛି । ଅଭିଯୋଗକାରି ମସିହାଖାଲି ଗ୍ରାମ ନିକଟସ୍ଥ କୃପାସିନ୍ଧୁପୁର ଗ୍ରାମର ପ୍ରଶାନ୍ତ ଦାସଙ୍କ ଲିଖିତ ଅଭିଯୋଗ ଆଧାରରେ ସଦର ଥାନାରେ କେସ୍ ନଂ ୪୪୫ ରୁଜୁ କରାଯାଇଛି lତଦନ୍ତ ବେଳେ ଅଭିଯୋଗକାରୀଙ୍କଠାରୁ ଘଟଣାର ଭିଡିଓ ଥିବା ପେନଡ୍ରାଇଭ ଜବତ ହୋଇଛି। ତଦନ୍ତରୁ ଜଣାପଡିଛି ଯେ ଅଭିଯୋଗକାରୀ ପ୍ରଶାନ୍ତ ଦାସ ଏବଂ ଅରୂପ ଉଭୟ ମିଳିତ ଭାବେ ପୂର୍ବରୁ ଭଲ ଭାବେ ଜଣାଶୁଣା ଅଛନ୍ତି । ଅଭିଯୁକ୍ତ ଶିବରାମଙ୍କ ନାମରେ ପୂର୍ବରୁ ସଦର ଥାନାରେ ବିଭିନ୍ନ ଅପରାଧିକ ମାମଲା ରହିଛି l ଗତ କିଛି ମାସ ତଳେ ଅଭିଯୁକ୍ତ ପ୍ରଶାନ୍ତଙ୍କୁ ଏକ ଅସାମାଜିକ କାମ କରିବାକୁ କହିଥିଲା। ପ୍ରଶାନ୍ତ ମନା କରିବାରୁ ଶିବରାମ ତାଙ୍କୁ ଏକ କୋଠରୀରେ ବନ୍ଦ କରି ମାଡ଼ ମାରିଥିଲା। ପ୍ରଶାନ୍ତ ଅନୁସୂଚିତ ଜାତିର ବୋଲି ଜାଣି ଅଭିଯୁକ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଫାଇବର ବାଡିରେ ହତ୍ୟା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲା। ଘଟଣା ବାହାରେ କହିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲା।ଅଭିଯୁକ୍ତ ଆର. ଶିବରାମ ଓରଫ ଅରୁପକୁ ମସିହାଖାଲି ସରପଞ୍ଚ କେ ବୁଲୁ ଙ୍କ ସହଯୋଗୀ ରହିଥିବା ରୁ ଅଭିଯୁକ୍ତ ଭୟ ଛାଡିଯାଉଥିବା ପ୍ରଶାନ୍ତ କହିଛି l ଆଜି ଅପରାହ୍ନ ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତାଙ୍କ ନାମରେ ପୂର୍ବରୁ ସଦର ଥାନାରେ ଦୁଇଟି ମାମଲା ରହିଥିବା ପୋଲିସ କହିଛି ଯେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରିରହିଥିବା ପୁଲିସ ପକ୍ଷରୁ ସୂଚନା ରହିଛି । ଜାତିଗତ ନିର୍ଯାତନା ରୋକିବାକୁ ଅନୁସୂଚିତ ଜାତି ଆକ୍ଟ ଲାଗୁ କରି କୋର୍ଟ ସ୍ଥାନାନ୍ତର କରାଯାଇଛି l ଅଭିଯୁକ୍ତଙ୍କ ସୂଚନା କ୍ରମେ ପୂର୍ବରୁ ତାଙ୍କ ଭଉଣୀ କୃପାସିନ୍ଧୁପୁର ବିଦ୍ୟାଳୟରୁ ଫେରୁଥିବା ବେଳେ ହରିଜନ ବସ୍ତିର ପ୍ରଶାନ୍ତ ଦାସ ବିଭିନ୍ନ ସମୟରେ କମେଣ୍ଟ ମାରୁଥିବାରୁ ପ୍ରଶାନ୍ତକୁ ଆକ୍ରମଣ କରିଥିବା ଅଭିଯୁକ୍ତ କହିଛି l

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

Topics

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...

ଭିଜିଲାନ୍ସ ଜାଲରେ ଜୟପୁରର ଖଣି ଉପ ନିର୍ଦ୍ଦେଶକ ସତ୍ୟଜିତ ରାଉତ ।

ଜୟପୁର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଜୟପୁରର ଖଣି ଉପ ନିର୍ଦ୍ଦେଶକ ସତ୍ୟଜିତ...
spot_img

Related Articles

Popular Categories

spot_imgspot_img