ଭୁବନେଶ୍ୱର,୧୩/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ନିଜକୁ ଭିଜିଲାନ୍ସ ଅଧିକାରୀ କହି ଟଙ୍କା ଆଦାୟ କରିବା ଅଭିଯୋଗରେ ରାଉରକେଲା ପୁଲିସ୍ ସୁବର୍ଣ୍ଣପୁରର ଦୁଇ ଅଭିଯୁକ୍ତ ଗଣେଶ ନନ୍ଦ ଏବଂ ପ୍ରଦୀପ ପଣ୍ଡା ଙ୍କୁ ଗିରଫ କରାଛି। ଉଭୟ ଜଣେ ଓଏଏସ୍ ଅଧିକାରୀଙ୍କଠାରୁ ୪ ଲକ୍ଷ ଟଙ୍କା ଠକି ନେଉଥିବାବେଳେ ଗିରଫ ହୋଇଛନ୍ତି । ଏବଂ ଏହି ମାମଲାରେ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।




