ନୂଆଦିଲ୍ଲୀ,୧୨/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା l ସ୍ଥାନୀୟ ଚିନ୍ତୁର ଅଞ୍ଚଳର ତୁଳସୀପାକାଲୁ ଗାଁ ନିକଟ ମାରେଡୁମିଲ୍ଲୀ ଘାଟିରେ ଏକ ତୀର୍ଥଯାତ୍ରୀ ବସ୍ ନିୟନ୍ତ୍ରଣ ହରାଇ ଘାଟି ତଳକୁ ଖସି ପଡ଼ିବା ଫଳରେ ୯ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି l ଉକ୍ତ ବସ ଟି ଚିତ୍ତୁର ଜିଲ୍ଲାର ୩୭ ଜଣ ଯାତ୍ରୀକୁ ନେଇଯାଉଥିଲା।




