ଭୁବନେଶ୍ୱର,୧୨/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):-ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ଥିବା ବେଳେ ୧୦ ଡିଗ୍ରୀ ତଳେ ରହିଛି ୧୬ ସହରର ତାପମାତ୍ରା। ସେମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ୩.୫ ରେକର୍ଡ କରାଯାଇଥିବାବେଳେ ଜି.ଉଦୟଗିରିରେ ୪, ଫୁଲବାଣୀରେ ୫.୨ , ଚିପିଲିମାରେ ୬.୧ , ରାଉରକେଲାରେ ୬.୬ , ଝାରସୁଗୁଡାରେ ୬.୮ ତାପମାତ୍ରା ରହିଛି। । ସେହିପରି ଦାରିଙ୍ଗବାଡିରେ ୭, ଭବାନୀପାଟଣା ଓ ଅନୁଗୁଳରେ ୮ , କିରେଇରେ ୮.୧ ଡିଗ୍ରୀ ନବରଙ୍ଗପୁରରେ ୮.୬ , କୋରାପୁଟ ଏବଂ ବଲାଙ୍ଗୀରରେ ୯.୩ ଡିଗ୍ରୀ, କେନ୍ଦୁଝର ଓ ସୁନ୍ଦରଗଡରେ ୯.୬ , ସୋନପୁରରେ ୧୦ ଡିଗ୍ରୀ ରେକର୍ଡ ହୋଇଛି।




