କୁକୁଡାଖଣ୍ଡି,୦୯/୧୨(ଇ ରଞ୍ଜନ ):-କୁକୁଡାଖଣ୍ଡି ବ୍ଳକ ଅନ୍ତର୍ଗତ ବୋରିଗାଁର ରଶ୍ମୀତା ସାହୁ,ପିତା ଶ୍ରୀଯୁକ୍ତ ସୁରେନ୍ଦ୍ର ସାହୁଙ୍କ ଗତ ତାରିଖରେ ଦେହାନ୍ତ ହୋଇଥିଲା ମୃତ୍ଯୁ ପୁର୍ବରୁ ସେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଲୋଚାପଡା ଶାଖା ଅଧିନରେ ଥିବା ବୋରିଗାଁ ଗ୍ରାହକ ସେବା କେନ୍ଦ୍ର ଠାରେ ପ୍ରଧାନମନ୍ତ୍ରୀ ଜନଧନ ଖାତା ଖୋଲିଥିଲେ ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ଯୋତି ବିମା ଯୋଜନାରେ ନିଜକୁ ସାମିଲ କରାଇଥିଲେ । ତାଙ୍କ ମୃତ୍ଯୁ ପରେ ତାଙ୍କ ମା ଶ୍ରୀମତି ସରିତା ସାହୁ ତାଙ୍କ ବିମା ରାଶି ୨00000 ଟଙ୍କା ପାଇଛନ୍ତି । ବିମା ରାଶି ପାଇବାରେ ସହଯୋଗ କରିଥିବା ସେବା କେନ୍ଦ୍ର ସଂଚାଳକ ତଥା ସମିତିସଭ୍ଯ ସନ୍ତୋଷ ସାହୁ, ଲୋଚାପଡା ଏସବିଆଇ ଶାଖା ଏବଂ ଏସବିଆଇ ବ୍ରହ୍ମପୁର ଶାଖାକୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ପିଏମ୍ ଜୀବନ ଜ୍ୟୋତି ବୀମା ଯୋଜନାରେ ଦୃଷ୍ଟିକୋଣ ହେଉଛି ଭାରତରେ ନିମ୍ନ ଆୟକାରୀ ଏବଂ ପାରମ୍ପରିକ ବୀମା ସୁବିଧା ନଥିବା ବ୍ୟକ୍ତିମାନଙ୍କୁ ଜୀବନ ବୀମା କଭରେଜ୍ ପ୍ରଦାନ କରିବା। ଏହି ଯୋଜନା ୨ଲକ୍ଷର ଜୀବନ ବୀମା କଭରେଜ୍ ପ୍ରଦାନ କରେ, ପ୍ରତିବର୍ଷ ୪୩୬ଟଙ୍କା ପ୍ରିମିୟମ୍ ସହିତ, ଯାହା ସ୍ୱୟଂ-ଡେବିଟ୍ ମାଧ୍ୟମରେ କଟାଯାଏ। ଏହା ଅପ୍ରତ୍ୟାଶିତ ମୃତ୍ୟୁ ଯୋଗୁଁ ପରିବାରକୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ପାଇଁ ଲକ୍ଷ୍ୟ ରଖିଛି।




