କୁକୁଡାଖଣ୍ଡି,୦୯/୧୨(ଇ ରଞ୍ଜନ ):-କୁକୁଡାଖଣ୍ଡି ବ୍ଲକ ଅଧିନସ୍ଥ ବାଲିପଡା ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଟି ସରପଞ୍ଚ ଝିଲି ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରତିନିଧି ଜିତେନ୍ଦ୍ର ସେଠୀ ପରିଚାଳନା କରିଥିଲେ। ଅଭିଯୋଗ ଶୁଣାଣୀ ରେ ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିର୍କ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଲ୍ଲବୀ ସ୍ବାଇଁ, ତହସିଲଦାର ରାଜକିଶୋର ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ଅନୁରାଗ ରଥ,ପିଇଓ ମିତେଶ୍ କୁମାର ମହାନ୍ତି,ଏଡିଓ ମିନତି ସାହୁ, ଯୋଗାଣ ସହାୟକ ସଙ୍ଗିନୀ ବିଷୋୟୀ ସହ ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତ ରହି ଜନସାଧାରଣ ଙ୍କ ଅଭିଯୋଗ ଶୁଣାଣୀ କରିଥିଲେ।

ଏଥିରେ ପ୍ରାୟତଃ ସୁଭଦ୍ରା ଯୋଜନା,ଘରବାରି ପଟ୍ଟା, ଭତ୍ତା ସହ ଅନ୍ୟାନ୍ୟ ଅଭିଯୋଗ ରହିଥିଲା। ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଅଭିଯୋଗ ଶୁଣାଣୀ ହୋଇଥିବା ବେଳେ କିଛି ଅଭିଯୋଗ ଘଟଣାସ୍ଥଳ ରେ ସମାଧାନ ହୋଇଥିବା ଦେଖିବାକୁ ମିଳିଛି।ଅନ୍ୟ ଅଭିଯୋଗ ଗୁଡ଼ିକ ଖୁବ୍ ଶୀଘ୍ର ଯାଞ୍ଚ୍ କରାଯାଇ ସମାଧାନ କରାଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ବାଇଁ କହିଛନ୍ତି। ପ୍ରଶାସନିକ ଅଧିକାରୀ ସହ ସମବାୟ ସମିତି ସଂଘ ସଭାପତି ବାଇଗଣବାଡି ରଜତ ପାତ୍ର, ଗୋବିନ୍ଦ ବିଷୋୟୀ, ସଞ୍ଜୟ ସେଠୀ,ରୁନୁ ଡାକୁଆ, ରୋହିତ ଦାଶ,କୁନି ପାତ୍ର, ସାଇରାମ ଗୌଡ଼, ପିଣ୍ଟୁ ଗୌଡ଼,ମୁନା ସାହୁ,ଦିପକ ଭୁୟାଁ, ଏମ୍.ବିକେ ମିତାରାଣୀ ବିଷୋୟୀ,ରାଧା ବିଷୋୟୀ ସହ ବହୁ ଜନସାଧାରଣ ଉପସ୍ଥିତ ରହିଆସିଥିଲେ।




