ନୂଆପଡା,(କଳିଙ୍ଗ ଜାଗରଣ ବ୍ୟୁରୋ):- ଆଜି ନୂଆପଡା ଉପନିର୍ବାଚନ ଫଳାଫଳ । ସକାଳ ୮ଟାରୁ ଷ୍ଟ୍ରଙ୍ଗରୁମରେ ପୋଷ୍ଟାଲ ବାଲାଟ୍ ଖୋଲାଯାଇ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଛି । ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତି ପରେ ଫଳାଫଳ ଜଣାପଡିବ । ଏବଂ କିଏ ବାଜି ମାରିବ ବିଜେଡି, ବିଜେପି ନା କଂଗ୍ରେସ । ଏବଂ ପ୍ରତି ରାଉଣ୍ଡରେ ରେଜଲ୍ଟ ଘୋଷଣା କରାଯିବ । ସେପଟେ ନୂଆପଡା ଉପନିର୍ବାଚନରେ ବଡ ସଫଳତା ଆଡକୁ ବଢୁଛି ବିଜେପି । ପ୍ରାରମ୍ଭିକ ପର୍ଯ୍ୟାୟରେ ଭୋଟ ଗଣତି ଅନୁସାରେ ୧୩ତମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୬୩, ୫୨୨, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୨୦୨୮୮ ଓ କଂଗ୍ରେସର ଘାସିରାମ ୨୦୧୦୩ ଭୋଟରେ ଆଗୁଆ ରହିଛନ୍ତି ।




