Friday, December 19, 2025
9.6 C
London

ବୋରିଗାଁ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର।

କୁକୁଡ଼ାଖଣ୍ଡି,୧୪/୧୦(ଇ .ରଞ୍ଜନ):-କୁକୁଡ଼ାଖଣ୍ଡି ସରକାରଙ୍କ ନିର୍ଦ୍ଦେଶାନୁସାରେ ସୋମବାର ବୋରିଗାଁ ପଞ୍ଚାୟତ କାର୍ଯ୍ୟାଳୟ ରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ସରପଞ୍ଚ ସସ୍ମିତା ସାହୁ ଙ୍କ ସହଯୋଗରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଗ୍ରାମବାସୀଙ୍କ ସମସ୍ୟା ଶୁଣିଥିଲେ।ଏହି ଶୁଣାଣୀ ରେ ବିଡିଓ ପଲ୍ଲବୀ ସ୍ବାଇଁ,ତହସିଲଦାର ରାଜକିଶୋର ପଟ୍ଟନାୟକ, ଅତିରିକ୍ତ ବିଡିଓ ସୁପ୍ରଭା ସାହୁ, ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ପ୍ରଧାନ,ସହକାରୀ ଯନ୍ତ୍ରୀ ଅନୁରାଗ ରଥ, ଶିକ୍ଷା ଅଧିକାରୀ ସନ୍ତୋଷ ମହାପାତ୍ର, ସମିତି ସଭ୍ୟ ସନ୍ତୋଷ ସାହୁ, ପଞ୍ଚାୟତ କାର୍ଯ ନିର୍ବାହୀ ଅଧିକାରୀ ପି ରାଜେଶ ରାଓ ଓ ସରପଞ୍ଚ ପ୍ରତିନିଧି ବାବୁଲା ସାହୁଙ୍କ ସମେତ ଅଙ୍ଗନବାଡ଼ି କର୍ମଚାରୀ, ଆଶା କର୍ମୀ, ଏମବିକେ, ପଶୁଚିକିତ୍ସାଳୟ ଡକ୍ଟର ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଆସିଥିଲେ।

ଏଥିରେ ପ୍ରାୟ ଶହେ ରୁ ଅଧିକ ଅଭିଯୋଗ ଆସିଥିଲା — ରାସ୍ତା ମରାମତି, ରାସନ କାର୍ଡ, ପେନସନ, ଆବାସ ଯୋଜନା, ଜମି ପଟ୍ଟା, ସୁଭଦ୍ରା ଯୋଜନା ଓ ବିଦ୍ୟାଳୟ ସମସ୍ୟା ଭଳି ବିଭିନ୍ନ ମୁଦ୍ଦା ଉଠିଥିଲା। କିଛି ଅଭିଯୋଗକୁ ସ୍ଥଳୀୟ ଭାବେ ସମାଧାନ କରାଯାଇଥିଲା।ପ୍ରଶାସନ ପକ୍ଷରୁ ଆଶ୍ୱାସନ ଦିଆଗଲା ଯେ ସମସ୍ତ ସମସ୍ୟାକୁ ପ୍ରାଥମିକତା ଭିତ୍ତିକ ଉପରେ ସମାଧାନ କରାଯିବ। ଗ୍ରାମବାସୀମାନେ କହିଛନ୍ତି ଯେ ଏହି ପଦକ୍ଷେପ ଫଳରେ ସେମାନେ ନିଜ ସମସ୍ୟା ସିଧାସଳଖ ଭାବରେ ପ୍ରଶାସନ ସମ୍ମୁଖରେ ରଖିପାରୁଛନ୍ତି। ସମଗ୍ର ଶିବିର ସଫଳ ଭାବେ ଅନୁଷ୍ଠିତ ହୋଇଥିଲା।

Hot this week

ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ହାତୀପଲର ଦୌରାତ୍ମ୍ୟ l

ବ୍ରହ୍ମପୁର,୧୯/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ...

ଆସନ୍ତା ନୂତନ ଇଂରାଜୀ ବର୍ଷ ପ୍ରଥମ ଦିନର ଜଗନ୍ନାଥ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ l

ଭୁବନେଶ୍ୱର,୧୮/୧୨(ଲିପିକା ରାଣୀ ରାଉତ ):-ଶ୍ରୀଜଗନ୍ନାଥ ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ଓ...

ଅତିଥି ଅଧ୍ୟାପିକାଙ୍କର ସନ୍ଦେହଜନକ ମୃତ୍ୟୁ l

କେନ୍ଦୁଝର ,୧୮/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ବିଜ୍ଞାନ...

ଭାରସ୍ୟାମ ହରାଇ ୪୦ ଫୁଟ ତଳକୁ ଖସିଲା ବୋଲେରୋ ।

ମୟୂରଭଞ୍ଜ,୧୮/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା...

ବିଷ ବଳୟରେ ଦେଶର ରାଜଧାନୀ ଦିଲ୍ଲୀ ।

ନୂଆଦିଲ୍ଲୀ,୧୭/ ୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ବିଷ ବଳୟରେ ଦେଶର ରାଜଧାନୀ ଦିଲ୍ଲୀ...

Topics

ଗଞ୍ଜାମକୁ ଫେରିଛନ୍ତି ବିଦେଶି ପକ୍ଷୀ l

ବ୍ରହ୍ମପୁର,୧୭/ ୧୨(ଇ ରଞ୍ଜନ):-ହିଞ୍ଜିଳି ବିଦେଶୀ ପକ୍ଷୀଙ୍କ ଓଡ଼ିଶା ଆଗମନ ଗଞ୍ଜାମ ସମରଝୋଳ...

ଗାଈ ମାଂସ ବିକ୍ରି ଉଦ୍ୟମ ଘଟଣାରେ ପୁଲିସ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବ୍ରହ୍ମପୁର,୧୫/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ...

ଧାନକଟା ମେସିନ୍ ରେ କଟି ଚାଷୀଙ୍କ ମୃତ୍ୟୁ ।

ବାଲେଶ୍ଵର,୧୫/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ବାଲେଶ୍ଵର ଜିଲ୍ଲା ବର୍ଦ୍ଧନପୁର ଥାନା ନିକଟସ୍ଥ ସାହାଜ...
spot_img

Related Articles

Popular Categories

spot_imgspot_img