ଭୁବନେଶ୍ଵର,୧୨/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):- ଭୁବନେଶ୍ଵର ଉପକଣ୍ଠ ଗଣ୍ଡମୁଣ୍ଡା ଅଞ୍ଚଳରେ ବସ୍ତି ଉଚ୍ଛେଦ ବେଳେ ବିଦ୍ୟୁତ ତାର ଛିଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବl ସହ ଲୋକମାନେ କ୍ଷତିପୂରଣ ଦାବି କରି ରାସ୍ତାରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପଟେ ଅନେକ ଗାଡ଼ିମୋଟର ଅଟକି ରହିଥିଲା।




