ନୂଆଦିଲ୍ଲୀ,୧୪/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):- ଗୁଜରାଟର ନିର୍ମାଣାଧୀନ ମୁମ୍ବାଇ-ଅହମ୍ମଦାବାଦ ବିଲିମୋରା ବୁଲେଟ୍ ଟ୍ରେନ୍ ଷ୍ଟେସନ ପରିଦର୍ଶନ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ନିର୍ମାଣ ଏବଂ ଟ୍ରାକ୍ ବିଛାଇବା କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ କହିଛନ୍ତି ବିଲିମୋରାରୁ ସୁରଟ ପର୍ଯ୍ୟନ୍ତ ହାଇ-ସ୍ପିଡ୍ ରେଳ ନେଟୱାର୍କର ପ୍ରଥମ ଅଂଶ ୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ହେବ।




