ବ୍ରହ୍ମପୁର,୦୮/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):-ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ନେଇ ବ୍ରହ୍ମପୁର ପୁଲିସ ର ଖୋଳତାଡ ଜାରି ଥିବାବେଳେ ଆଜି ସାରା ରାଜ୍ୟରେ ଓକିଲମାନେ କଲମ ଛାଡ ଆନ୍ଦୋଳନ କରୁଛନ୍ତି । ଏହାସହ ପୀତବାସଙ୍କ ପରିବାରକୁ କୋଟିଏ ଟଙ୍କାର କ୍ଷତିପୂରଣ ରାଶି ସହ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ।




