ନୂଆଦିଲ୍ଲୀ,୦୮/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):-ହିମାଚଳର ବିଳାସପୁରର ବଲ୍ଲୁ ସେତୁ ନିକଟରେ ଭୂସ୍ଖଳନ ଘଟି ଏକ ଯାତ୍ରୀବାହୀ ବସ୍ ମାଟି ତଳେ ଦବି ଯିବା ଫଳରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏବଂ ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଥିବାବେଳେ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷା ବାହିନୀର ଉଦ୍ଧାର କାର୍ଯ୍ୟ ଜାରି l




