ନୂଆପଡ଼ା,୦୯/୮(କଳିଙ୍ଗ ଜାଗରଣ ବ୍ୟୁରୋ):-ନୂଆପଡ଼ା ଜିଲ୍ଲା କୋମନା ଥାନା କ୍ରିଷ୍ଣ ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବିଏସଏଫ ଯବାନଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ । ମୃତ ଯବାନ ଜଣକ ଖଇରଭାଡ଼ି ଗାଁର ପ୍ରେମ ମାଝି(୩୨) ଓ ଅନ୍ୟ ଜଣେ ଖୁଟଲୁ ମାଝି ହୋଇଥିବାବେଳେ ଉଭୟ ବାଇକ ଯୋଗେ ଯାଉଥିଲେ l ଏବଂ କୋମନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ଘଟଣା ଘଟାଇଥିବା ଆନ୍ଧ୍ର ଟ୍ରକ ସହ ଦୁଇଜଣଙ୍କୁ ଅଟକ ରଖିଛି ତରବୋଡ଼ ଫାଣ୍ଡି ପୋଲିସ।