ବାଲେଶ୍ବର,୨୩/୬(କଳିଙ୍ଗ ଜାଗରଣ ବ୍ୟୁରୋ):-ଉତ୍ତର ବାଲେଶ୍ବରରେ ବନ୍ୟା ପରିସ୍ଥିତି ସୃଷ୍ଟି । ଝାଡ଼ଖଣ୍ଡର ଚାନ୍ଦିଲି ବନ୍ଧ ଫାଟକ ଖୋଲି ଦିଆଯିବା ଓ ଗାଲୁଡିହି ବ୍ୟାେରଜରୁ ହଠାତ ପାଣି ଛଡ଼ା ଯିବା ଫଳରେ ବନ୍ୟା ପାଣିରେ ସୁବର୍ଣ୍ଣରେଖା ଉଛୁଳି ପଡ଼ିବା ସହ ଜିଲାର ବସ୍ତା, ବାଲିଆପାଳ, ଜଳେଶ୍ବର ଓ ଭୋଗରାଇ ଆଦି ୪ଟି ବ୍ଲକରେ ୩୦ ପଞ୍ଚାୟତର ୧୩୫ ଗାଁ ପ୍ରଭାବିତ ହୋଇଛି।