Wednesday, November 12, 2025
13.9 C
London

ରକ୍ତଦାନ ଶିବିର କରି ନିଆରା ଢଙ୍ଗରେ ପାଳିଲେ ନିଜ ଜନ୍ମଦିନ।

ବ୍ରହ୍ମପୁର,o୮/୪(ଇ ରଞ୍ଜନ):-ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମ ଦିବସରେ ଅପରାହ୍ନ ପାଞ୍ଚ ଘଣ୍ଟା ସମୟରେ ଏକ ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭୀମପୁର ପଞ୍ଚାୟତ ଅନ୍ତର୍ଗତ କୋଳିଶିଂ ଗ୍ରାମର ସୀତାରାମ ପାଣିଗ୍ରାହୀ। ଯିଏ କି ବିଜେପିର ଜଣେ ବରିଷ୍ଠ ନେତା। ତେବେ ସୀତାରାମଙ୍କର ଆଜି ହେଉଛି ଜନ୍ମଦିନ। ଆଉ ଏହି ଜନ୍ମ ଦିବସକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ଆଉ ଏହି ଶିବିରକୁ ସ୍ଵେଚ୍ଛାକୃତ ଭାବେ ନିଜ ଶୁଭେଚ୍ଛୁଙ୍କ ସହିତ ଯୁବପିଢି,ଓ ବହୁ ବ୍ୟକ୍ତିବିଶେଷ ଆସି ରକ୍ତଦାନ କରିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ରକ୍ତଦାନ ନିମନ୍ତେ ଉତ୍ସାହିତ କରିଥିଲେ। ରକ୍ତଦାନ ମହତ ଦାନ, ଏହାର କୌଣସି ବିକଳ୍ପ ନାହିଁ। ଆଜିର ଏହି କାର୍ଯ୍ୟକ୍ରମକୁ ଦେଖିଲେ ରକ୍ତଦାତା ମାନେ କେତେ ଉତ୍ସାହିତ ଥିଲେ ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ସେମାନେ ରକ୍ତଦାନର ମହତ୍ତ୍ୱକୁ ବୁଝି ପାରିବା ସହିତ ଏହାର କୌଣସି ବିକଳ୍ପ ନାହିଁ ବୋଲି ଜାଣି ପାରିଥିଲେ। ପୁଣି ରକ୍ତଦାନ ସ୍ଵାସ୍ଥ୍ୟ ପାଇଁ ହିତକର। ରକ୍ତର ଅଭାବ ଯୋଗୁଁ ଏବେ ମଧ୍ୟ ବହୁ ଲୋକ ମୃତ୍ୟୁର ଶିକାର ହେଉଛନ୍ତି। ତେଣୁ ରକ୍ତଦାନ କରିବା ଦ୍ୱାରା ରୋଗି ଏକ ନୂଆ ଜୀବନ ପାଇବା ସହ ଏକ ପୁଣ୍ୟ କାମରେ ଗଣତି ହୋଇଥାଏ। ତେବେ ଡାକ୍ତରଙ୍କ କହିବା କଥା ଷୋହଳ ବର୍ଷରୁ 65 ବର୍ଷ ବୟସର ସମସ୍ତ ସୁସ୍ଥ ଲୋକମାନେ ରକ୍ତ ଦେଇ ପାରିବେ। ଏହାଦ୍ବାରା ଅନେକ ମୂଲ୍ୟବାନ ଜୀବନ ବଞ୍ଚିଯିବ। ସେବା ମନୋଭାବ ନେଇ ରକ୍ତ ଦେବା ଦ୍ଵାରା ଗୋଟିଏ ଜୀବନ ବଞ୍ଚିଯିବା ସହିତ ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ କିଛି ପୂଣ୍ୟ ମଧ୍ୟ ମିଳି ଯାଇଥାଏ। ଏହାଛଡା ଗୋଟିଏ ଉଜୁଡ଼ି ଯାଉଥିବା ପରିବାରକୁ ସଜାଡି ଦେଇଥାଏ। ବୁନ୍ଦାଏ ରକ୍ତ ଅନେକ ଜୀବନ ବଞ୍ଚାଇବା ସହିତ ଅନେକଙ୍କ ମୁହଁରେ ଫୁଟାଇ ଥାଏ ହସ। ତେଣୁ ଆମେ ସମସ୍ତେ ସଂକଳ୍ପ ନେବା, ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିବ। ଏହି ରକ୍ତଦାନ ଶିବିରରେ ପୁରୁଷୋତ୍ତମପୁର ପୋଲିସ ଏସଡିପିଓ ଦୀପକ କୁମାର ମିଶ୍ର, ପୁରୁଷୋତ୍ତମପୁର ଏନଏସି କାଉନସିଲର ଭାସ୍କର ବେହେରା, ବିଜେପି ଯୁବନେତା ଚିନୁ ଆଚlରି, ଭୂତସରସିଂ ପଞ୍ଚାୟତ ସରପଞ୍ଚ ମନୋଜ କୁମାର ଦାସ,ଦୀପକ ବେହେରା, ଅମିତ କୁମାର ରାଉଲଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Hot this week

ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି l

ଭୁବନେଶ୍ୱର,୧୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି l ଦାରିଙ୍ଗିବାଡ଼ିରେ...

ମାର୍ଲବା ଘାଟିରେ ଭାରସାମ୍ୟ ହରାଇ ପାହାଡକୁ ପିଟି ହେଲା ହିଟାଚି ଗାଡି ବୋଟେଇ ଟ୍ରକ l

ଗଜପତି,୧୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଜପତି ଜିଲ୍ଲା ରାୟଗଡ଼ ଥାନା ଅଧୀନ ମାର୍ଲବା...

ସିବିଆଇ ହାବୁଡ଼ରେ ଠକ ଅଜିତ ପାତ୍ର ।

ଭୁବନେଶ୍ୱର,୧୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ସିବିଆଇ ହାବୁଡ଼ରେ ଠକ ଅଜିତ ପାତ୍ର ।...

ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ।

ଭୁବନେଶ୍ୱର,୧୦/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ...

ନିୟନ୍ତ୍ରଣ ହରାଇ ଟ୍ରକ୍କୁ ପଛରୁ ପିଟିଲା ଟୁରିଷ୍ଟ ବସ୍ l

ସମ୍ବଲପୁର,୧୦/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ ଲୁହାପଙ୍କରେ...

Topics

ପ୍ରେମିକାର ବେକ କାଟିଲା ପ୍ରେମିକ ।

ମୟୁରଭଞ୍ଜ ,୧୦/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଇଟାମୁଣ୍ଡି...

ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ।

ଭୁବନେଶ୍ୱର,୦୯/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହ ଭୂମି ଛୋଟା...

କଟକ ସହରରେ କୋଠାର ବାଲକୋନୀ ଭୁଶୁଡ଼ି ପରିବାରର ୩ ଜଣଙ୍କର ମୃତ୍ୟୁ l

କଟକ,୦୯/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-କଟକ ସହରର ମଣିସାହୁ ଛକରେ ଏକ ଆଜବେଷ୍ଟସ ଘର...
spot_img

Related Articles

Popular Categories

spot_imgspot_img