ସୁବର୍ଣ୍ଣପୁର,୨୭/୩(କଳିଙ୍ଗ ଜାଗରଣ ବ୍ୟୁରୋ):-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟୁପାଲି ଛକ ନିକଟରେ ଏକ ବଲେରୋ ଗାଡ଼ିକୁ ଧକ୍କା ଦେଲା ହାଇୱା l ଏଥିରେ ବୋଲେରୋରେ ଥିବା ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୃତକମାନେ ହେଲେ ଆର୍ତ୍ତତ୍ରାଣ ପୁରୋହିତ ,ସଂଜିବ ପାତ୍ର ଏବଂ ସୁଶୀଳ ନାଏକ । ଏମାନେ ସମେସ୍ତ ବିଦ୍ୟୁତ୍ ବିଭାଗର କର୍ମଚାରୀ ବୋଲି ସୂଚନା ।