ମାଁ ମହୁରୀ କାଳୁଆଙ୍କ ପ୍ରସିଦ୍ଧ ଯାତ୍ରା,ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ଅବସରରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଜାହିର କଲେ କମିଟି ଓ ପର୍ଯ୍ୟଟକ l

କୁକୁଡାଖଣ୍ଡି,୧୬/୨(ଇ.ରଂଜନ):-ଚଳିତ ବର୍ଷ ଆସନ୍ତା ମାସ ମହା ବିଷୁବ ସଂକ୍ରାନ୍ତି ଦିନ ମା ମହୁରୀକାଳୁଆଙ୍କ ପ୍ରସିଦ୍ଧ ଶକ୍ତିପୀଠରେ ଯାତ୍ରା ଅନୁଷ୍ଠିତ ହେବ। ଏଥି ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି। ଶୁଭଖୁଣ୍ଟି ସ୍ଥାପନ ସମୟରେ ସମସ୍ତ କମିଟି ମେମ୍ବରଙ୍କ ସହ ଶହ ଶହ ସଂଖ୍ୟାରେ ଭକ୍ତ ମାନେ ରୁଣ୍ଡ ହୋଇଥିଲେ। ଏଥିସହ ଯାତ୍ରା ନିମନ୍ତେ ଆଜି ନୂତନ କମିଟି ମେମ୍ବର ମାନଙ୍କୁ ମଧ୍ୟ ଚୟନ କରାଯାଇଥିଲା। ତେବେ ଆଉ ମାତ୍ର ଗୋଟିଏ ମାସର ଅପେକ୍ଷା। ମାଆଙ୍କ ପୀଠରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଯାତ୍ରା। ଯାହାକୁ ଦେଖିବା ପାଇଁ ହଜାର ହଜାର ଭକ୍ତ ଦୂର ଦୁରାନ୍ତ ଅଞ୍ଚଳ ରୁ ଆସି ପହଞ୍ଚିବେ। ଆଉ ଏତିକି ବେଳେ ଏହି ଶକ୍ତିପୀଠ ବହୁ ଅବ୍ୟବସ୍ଥା ମଧ୍ୟ ଦେଇ ଗତି କରୁଛି। କମିଟି ସଦସ୍ୟମାନେ ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ନିମନ୍ତେ ସବୁ ପ୍ରକାର ସୁବ୍ୟବସ୍ଥା କରାଯାଇଥିବା କଥା କହୁଥିବା ବେଳେ ପାନୀୟ ଜଳ ସଙ୍କଟ, ଆଲୋକିକରଣ, ସୁରକ୍ଷା, ପରିବହନ ଓ ଶୌଚାଳୟ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏଠାକୁ ଆସୁଥିବା ସମସ୍ତ ପର୍ଯ୍ୟଟକ। ତେବେ କିଛି ମହିଳା ଭକ୍ତଙ୍କ କହିବା ସୂଚନା ମୁତାବକ ସେମାନେ ଦୁର ଦୁରାନ୍ତରୁ ଏଠାକୁ ମାଆଙ୍କୁ ଦର୍ଶନ କରିବାକୁ ଆସିଛନ୍ତି ସତ, ହେଲେ ସେମାନଙ୍କ ନିମନ୍ତେ ଶୌଚାଳୟଟିଏ ନ ଥିବାରୁ ଶୌଚ ହେବା ପାଇଁ ସେମାନେ ଯିବେ କୁଆଡେ ବୋଲି ପ୍ରଶ୍ନ ଉଠାଇଛନ୍ତି। ସେହିପରି ଆଗକୁ ଗ୍ରୀଷ୍ମ ପ୍ରବାହ ଜାରି ରହିବ, ଅଂଶୁଘାତକୁ ନେଇ ସତର୍କ ସୂଚନା ପ୍ରଶାସନ ଜାରି କରୁଥିବା ବେଳେ ଏଠାରେ ପାନୀୟ ଜଳ ସଙ୍କଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପର୍ଯ୍ୟଟକ। ପୁଣି ଏହି ପୀଠ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ହୋଇଥିବାରୁ ପ୍ରତିଦିନ ମାଆଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନେ ବହୁ ସଂଖ୍ୟାରେ ଆସିଥାନ୍ତି। ଅନ୍ୟପଟେ ୧କୋଟି ୨୯ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ଟଙ୍କା ମନ୍ଦିର ନିର୍ମାଣ ନେଇ ରାସ୍ତା ଓ କୋଠା ବାଡ଼ି ଡିବିଜନ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମନ୍ଥରଗତି ରେ ଚାଲିଥିବା ରୁ ଆସନ୍ତୁଷ୍ଟ ବୃଦ୍ଧିପାଇଛି l ଭକ୍ତ ଆସି ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହୋଇଥିବା କହିଛନ୍ତି l ବିଶେଷ କରି ଏହା ଏକ ପିକନିକ ସ୍ପଟ୍ ହୋଇଥିବାରୁ ଛୁଟି ଦିନ ମାନଙ୍କରେ ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ମାନେ ଆସିବା ସହ ପ୍ରତି ମଙ୍ଗଳବାର, ସଂକ୍ରାନ୍ତି ଓ ବର୍ଷର କିଛି ନିର୍ଦ୍ଦିଷ୍ଟ ଦିନ ମାନଙ୍କରେ ମlଙ୍କ ପୀଠରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ଆଉ ଏଭଳି ସ୍ଥିତିରେ ପର୍ଯ୍ୟଟକ ମାନଙ୍କ ନିମନ୍ତେ ଗମନାଗମନ, ରହିବା ଓ ଖାଇବା ପାଇଁ କୌଣସି ସୁବିଧା ନାହିଁ। ମାତ୍ର ଗୋଟିଏ ଓଏସଆରଟିସି ବସ ଏହି ପୀଠକୁ ଯାତାୟାତ କରୁଥିବା ବେଳେ ଏହାର ନିର୍ଦ୍ଦିଷ୍ଟ କୌଣସି ସମୟ ସୀମା ରହୁନାହିଁ ବୋଲି ଅଭିଯୋଗ ହେଉଛି। ତେଣୁ ଏଠାକୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକ ମାନେ ବାଧ୍ୟ ହୋଇ ଚଢା ଦରରେ ଅଟୋ କିମ୍ବା ଟେକ୍ସି ଭଡ଼ା କରି ଆସୁଛନ୍ତି। ସଂଧ୍ୟା ହୋଇଗଲା ମାତ୍ରେ ଜାତୀୟ ରାଜପଥ ଠାରୁ ମହୁରୀକlଳୁଆ ପୀଠ ମାତ୍ର ତିନି କିଲୋମିଟର ଦୂର ହୋଇଥିବା ବେଳେ ସେଠାରେ କୌଣସି ଆକୋକିକରଣର ବ୍ୟବସ୍ଥା ନ ଥିବା ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଭୟଭୀତ ଅବସ୍ଥାରେ ପର୍ଯ୍ୟଟକ ମାନେ ଆସୁଥିବା କଥା କହିଛନ୍ତି। ତେବେ ଏ ନେଇ ସ୍ଥାନୀୟ ବାସିନ୍ଦା,କମିଟି ସଦସ୍ୟ ମାନେ ଏଠାରେ ଏକ ଫାଣ୍ଡି ସ୍ଥାପନ ନିମନ୍ତେ ବାରମ୍ବାର ଦାବି ଜଣାଇ ଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କି ସରକାର କେହି ଏଥିପ୍ରତି କର୍ଣ୍ଣପlତ କରୁ ନ ଥିବାରୁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପରି କ୍ଷେତ୍ରରେ ଆଗକୁ ମା ମହୁରିକାଳୁଆଙ୍କ ଯାତ୍ରା ଆସୁଥିବାରୁ ସରକାର ଓ ପ୍ରଶାସନ ହଜାର ହଜାର ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେଠାରେ ସମସ୍ତ ପ୍ରକାର ସୁବ୍ୟବସ୍ଥା ନିମନ୍ତେ ଏବେଠାରୁ ତତ୍ପର ହୋଇ ଉଠିବାର ବେଳ ଆସି ଯାଇଛି। ଶୁଭ ଖୁଣ୍ଟି ସ୍ଥାପନ ଅବସରରେ ଏଥିରେ ମନ୍ଦିର ପରିଚାଳନା କମିଟିର ସଭାପତି ଜଗନ୍ନାଥ ରାଉତ, କୋଷାଧକ୍ଷ କାମେଶ୍ୱର ବିଶ୍ୱାଳ, ମନ୍ଦିରର ପୁରାତନ ସଦସ୍ୟ ନିରଞ୍ଜନ ମହାନ୍ତି, କିଶୋର ପାତ୍ରଙ୍କ ସମେତ ବହୁ ପରିଚାଳନା କତୃପକ୍ଷ ଓ ପୂଜକ ମାନେ ଉପସ୍ଥିତ ଥିଲେ

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img