କଟକ,୩୦/୧(କଳିଙ୍ଗ ଜାଗରଣ ବ୍ୟୁରୋ):-କଟକ ଜଗତପୁରରେ ଥିବା ଏକ ଘରୋଇ ହସ୍ପିଟାଲର ଶୌଚାଳୟ ଝରକାରୁ ଡେଇଁପଡି ଜଣେ ରୋଗୀଙ୍କ ମୃତ୍ୟୁ । ମୃତକ ଜଣକ ଢେଙ୍କାନାଳର ଅଂଚଳର ହୋଇଥିବାବେଳେ ସେ ଯକୃତ ଜନିତ ସମସ୍ୟା ପାଇଁ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ସେନେଇ ପୋଲିସ ର ତଦନ୍ତ ଜାରି ।