ବ୍ରହ୍ମପୁର,୦୮।୪(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣା ଦେଲେ ଅବସରପ୍ରାପ୍ତ ଶିକ୍ଷକ । ବ୍ରହ୍ମପୁର ଗୋସାଈଁ ନୂଆଗାଁ ଅଞ୍ଚଳରେ ଥିବା ୧୭୦ ବର୍ଷ ପୁରୁଣା କେ.ସି ହାଇସ୍କୁଲକୁ ସରକାରୀକରଣ ଦାବିରେ ଆଜି ଶତାଧିକ ଅବସରପ୍ରାପ୍ତ ଶିକ୍ଷକ ଗଞ୍ଜାମ ଜିଲା ଶିକ୍ଷାଧିକାରୀଙ୍କ କାଯ୍ୟାଳୟ ପରିସରରେ ଧାରଣା ଦେବା ସହ ଜିଲ୍ଲାରେ ମନମୁଖୀ ଶାସନ କରୁଥିବା ଅତିରିକ୍ତ ଜିଲା ଶିକ୍ଷାଧକାରୀ ଡ. ପ୍ରଭାତୀ କୁମାରୀ ମହାପାତ୍ରଙ୍କ ତୁରନ୍ତ ବଦଳି ଦାବି କରିଛନ୍ତି।




