ବେଲଗୁଣ୍ଠା,୦୮।୪(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲା ବେଲଗୁଣ୍ଠା ଅଞ୍ଚଳ ସରନୂଆଁପଲ୍ଲୀ ଗାଁରେ ପାରିବାରିକ କଳହକୁ ନେଇ ସ୍ୱାମୀ ନିଜ ସ୍ତ୍ରୀକୁ ପନିକିରେ ହାଣି ହତ୍ୟାକରି ନିଜେ ମଧ୍ୟ ଆତ୍ମହତ୍ୟା କରିଛି । ଅଭିଯୁକ୍ତ ସ୍ୱାମୀ ଚିତ୍ରସେନ ନାୟକ ୭ ବର୍ଷ ତଳେ ସ୍ତ୍ରୀ ପୂଜାଙ୍କୁ ପ୍ରେମ ବିବାହ କରିଥିଲେ। ଏବଂ ସେମାନଙ୍କର ୨ ସନ୍ତାନ ଥିବାବେଳେ ଅନେକ ସମୟରେ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।




