କୋରାପୁଟ,୨୪/୦୨(କଳିଙ୍ଗ ଜାଗରଣ ବ୍ୟୁରୋ):-କୋରାପୁଟ ଜିଲ୍ଲା ସୁନାବେଡା ପୌର ପରିଷଦ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳୀୟ ଟୋପି ପିନ୍ଧାଇ ଶ୍ରୀ ପାତ୍ରଙ୍କୁ ସ୍ୱାଗତ କରିଥିବାବେଳେ ତାଙ୍କ ସହ ୬ଜଣ କାଉନସିଲର ସମେତ ୫୦ରୁ ଉର୍ଦ୍ଧ ସମର୍ଥକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ କାର୍ୟ୍ୟକ୍ରମରେ ରାଜ୍ୟ ସମ୍ପାଦକ ସରୋଜ କର, ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ, କୋରାପୁଟ ବିଧାୟକ ରଘୁରାମ ମାଛ, କୋରାପୁଟ ଜିଲ୍ଲା ସଭାପତି ଶିବ ମୁଦୁଲି, ପୂର୍ବତନ ସଭାପତି ସୁମନ୍ତ ପ୍ରଧାନ, ଜିଲ୍ଲା ଆଇଟି ସେଲ ସଂଯୋଜକ ବଦ୍ରି ନାରାୟଣ ପାତ୍ରଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।




