ଗୋପାଳପୁର ବେଳାଭୂମି ମହୋତ୍ସବ ଜାନୁୟାରୀ ୨୨ ରୁ ୨୬ ପର୍ଯ୍ୟନ୍ତ ପାଳନ କରାଯିବ l

ବ୍ରହ୍ମପୁର ୦୪/୧(ଇ ରଞ୍ଜନ):-ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବ ପାଳନ ନିମନ୍ତେ ବ୍ରହ୍ମପୁର ସ୍ଥିତ ସ୍ଵତନ୍ତ୍ର ପ୍ରଦକ୍ଷଣ ସମ୍ମିଳନୀ ଗୃହରେ ବାଣିଜ୍ୟ, ପରିବହନ ,ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା ଙ୍କ ଅଧ୍ୟକ୍ଷତା ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ,ଗଞ୍ଜାମ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ସର୍ବଣ ବିବେକ ଏମ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିର୍କେ , ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ l ବିଗତ ବର୍ଷ ଭଳି ଚଳିତ ବର୍ଷ ଏହି ମହୋତ୍ସବ ୫ଦିନ ପାଳିତ ହେବ l ଆସନ୍ତା ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଗୋପାଳପୁର ବେଳାଭୂମି ରେ ପାଳନ କରାଯିବ l ବିଭିନ୍ନ ପ୍ରତିଯୋଗିତା ଯେପରି ଝୋଟି , ଆଲୋଚନା ଚକ୍ର , କବିତା ପାଠୋତ୍ସବ , ଭଲିବଲ୍, ଫୁଟବଲ,ବୋଟ ରେସିଂ ଇତ୍ୟାଦି ପ୍ରତିଯୋଗିତା ଆୟୋଜିତ କରିବା ପାଇଁ ନିଷ୍ପତି ନିଆଯାଇଥିଲା l ଶାମୁକା ସ୍ମରଣିକା ଉନ୍ମୋଚନ କରାଯିବ l ପ୍ରଥମେ ଗଞ୍ଜାମ ଜିଲ୍ଲାର କଳା ସଂସ୍କୃତି ପ୍ରାଥମିକତା ଦିଆଯିବ ତାସହ ବିଭିନ୍ନ ଜିଲ୍ଲା , ରାଜ୍ୟ ଓ ଦେଶ ର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯିବ l ଓଡିଆ,ତେଲୁଗୁ ଓ ହିନ୍ଦୀ କଣ୍ଠ ଶିଳ୍ପୀ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି l ପଲ୍ଲୀଶ୍ରୀ ମେଳା,ଖାଦ୍ୟ ମେଳା ଏବଂ ବିଭିନ୍ନ ଅନୁଷ୍ଠାନର ମେଳା ପ୍ରଦର୍ଶିତ ହେବ l ଓଡିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଙ୍କୁ ଅତିଥି ନିମନ୍ତେ ଅନୁରୋଧ କରାଯିବ l ଗଞ୍ଜାମ ଜିଲ୍ଲାର ର ବିଭିନ୍ନ ଶକ୍ତିପୀଠ ରୁ ମଶାଲ ଶୋଭାଯାତ୍ରା, ପଦଯାତ୍ରା ଓ ସମୁଦ୍ରରେ ଲେଜର ଶୋ ଆୟୋଜନ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା l ବିଭିନ୍ନ କମିଟି ଗଠନ କରି ଏହି ଉତ୍ସବ ପାଳନ କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା l ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବ କୁ କିଛି ନୂଆ ରୂପରେ ପାଳନ କରିବା ସହ ଲୋକଙ୍କ ନିମନ୍ତେ ଟ୍ରାଫିକ ବ୍ୟବସ୍ଥା,ପାର୍କିଂ ସ୍ଥଳ,ଆଇନ ଶୃଙ୍ଖଳା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା l ୩୦୦ ଟି ଷ୍ଟଲ ର ଆୟୋଜନ କରିବା ନିମନ୍ତେ ନିଷ୍ପତି ନିଆଯାଇଛି l ଏହି ବୈଠକ ରେ ସମସ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଅନୁଷ୍ଠାନ ସଭ୍ୟ ସଭ୍ୟା ଓ ହୋଟେଲ ସଙ୍ଘ ର ସଭାପତି ଉପସ୍ଥିତ ରହିଥିଲେ l

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img