Thursday, June 4, 2026
17.7 C
London

ନିମଖଣ୍ଡି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୨ତମ ବାର୍ଷିକୋତ୍ସବ l

କୁକୁଡ଼ାଖଣ୍ଡି,୨୫।୧୨(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଳକ ଅନ୍ତର୍ଗତ ନିମଖଣ୍ଡି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୨ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ରାଜ୍ୟ ସରକାରଙ୍କ ବାଣିଜ୍ୟ, ଖଣି, ପରିବହନ ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବିଦ୍ୟାଳୟର ବାର୍ଷିକ ମୁଖପତ୍ରର ୭ମ ସଂସ୍କରଣ ‘ଅମୋଘ’ର ଉନ୍ମୋଚନ କରିବା ସହ ବିଦ୍ୟା ଭାରତୀର ଧ୍ୟେୟବାକ୍ୟ ‘ସା ବିଦ୍ୟାଯା ବି ମୁକ୍ତୟେ’ ଅନୁଯାୟୀ ବିଦ୍ୟା ମଣିଷକୁ କିପରି ମୁକ୍ତି ଦେଇଥାଏ ତାହା ଉପରେ ଆଲୋକପାତ କରିବା ସହ ଶିଶୁଙ୍କ ଉତରୋତର ଉନ୍ନତି କାମନା କରିଥିଲେ । ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଅଜୟ କୁମାର ତ୍ରିପାଠୀ ମୁଖ୍ୟବକ୍ତା ରୂପେ ଯୋଗଦାନ କରି ଶିଶୁମାନଙ୍କ ମାନସିକ, ବୌଦ୍ଧିକ, ଶାରୀରିକ ଏବଂ ପ୍ରଜ୍ଞାକୁ ଉଜ୍ଜୀବିତ କରିବାରେ ପିତାମାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦେବୀପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନୀତ ଅତିଥି ରୂପେ ସ୍ଥାନୀୟ ସରପଂଚ ଶଶୀକଳା ବେହେରା, ସମ୍ପାଦକ ସୁବାଷ ଚନ୍ଦ୍ର ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ସମିତିର ଉପସଭାପତି ଡ଼ା. ଅଶ୍ୱିନୀ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ରଥ, ସଦସ୍ୟା ଗାୟତ୍ରୀ ଦାଶ, ପୁଷ୍ପାଞ୍ଜଳି ଦେବୀ, ଉପଦେଷ୍ଟା ତଥା ପୂର୍ବତନ ସମ୍ପାଦକ ଡ଼ା. ବିପିନ ବିହାରୀ ସାହୁ, ଜାହ୍ନବୀ ଶେଖର ସାହୁ, ଶିଶିର ପଟ୍ଟନାୟକ, ବ୍ରହ୍ମପୁର ସଙ୍କୁଳ ସଂଯୋଜକ ନାରାୟଣ ପଣ୍ଡା, ବିଦ୍ୟାଳୟର ପୂର୍ବତନ ସଭାପତି ମହନ୍ତ ଭକ୍ତିଚରଣ ଦାସ, ଡ଼ା. ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଲୋଚାପଡ଼ା ସରପଂଚ ଏଲ୍.ମୋହନ ଦାସ,ସମିତିସଭ୍ୟ ଚଣ୍ଡୀ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ପାଦକ ଶ୍ରୀ ପ୍ରଧାନ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଧାନଆଚାର୍ଯ୍ୟ ସତ୍ୟନାରାୟଣ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ । ଉତ୍ସବର ପ୍ରମୁଖ ଆର.ବିଜୟ କୁମାର କୃତୀ ଶିଶୁଙ୍କ ନାମ ଘୋଷଣା କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଶିଶୁଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆଚାର୍ଯ୍ୟା ଶ୍ରୀମତୀ.ସମିତା ରାଣୀ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ସହାୟତା କରିଥିଲେ

Hot this week

ନର୍ସିଂ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ଅପହରଣ ଘଟଣାରେ ଚାରିଜଣ ଅଭିଯୁକ୍ତ ଗିରଫ ।

ଭୁବନେଶ୍ୱର,୦୩।୦୬(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ଭରତପୁର ଥାନା ଅଧୀନ ଏକ ଘରୋଇ ବିଶ୍ୱବିଦ୍ୟାଳୟ...

ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ବିପୁଳ ବିଜୟ ହାସଲ କରିଛି।

ନୂଆଦିଲ୍ଲୀ,୩୦।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି...

ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ ।

ବ୍ରହ୍ମପୁର ୨୬।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ । ପ୍ଲଟ୍...

ଵ୍ରହ୍ମପୁରରେ ପୁଣି ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣିଲେ ଦୃବୁତ୍ତ l

ଵ୍ରହ୍ମପୁର,୨୫।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଵ୍ରହ୍ମପୁର ବଡବ୍ଜ଼ାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ଛକ ବିଚ...

ଡାଇମଣ୍ଡ’ ନାମକ ବସ୍ ସହ ଅଟୋର ମୁହାଁମୁହିଁ ଧକ୍କା,୬ ଜଣଙ୍କର ମୃତ୍ୟୁ l

ବ୍ରହ୍ମପୁର ୨୩।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ‘ଡାଇମଣ୍ଡ’...

Topics

ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ପୁଲିସ ର ଏନକାଉଣ୍ଟର l

ବ୍ରହ୍ମପୁର,୨୧।୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରି ରୋଡରେ ଉମେଶ ରଥ ନାମକ ଯୁବକକୁ...

ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ l

ବ୍ରହ୍ମପୁର,୧୯/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ପୂର୍ବ ଶତ୍ରୁତାକୁ...

ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ୩ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୨ନାବାଳକକୁ ଅଟକ ରଖିଛି ।

ବ୍ରହ୍ମପୁର,୧୯/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):--ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ସ୍ଥାନୀୟ ଓମ୍ ନଗର...
spot_img

Related Articles

Popular Categories

spot_imgspot_img