କୁକୁଡାଖଣ୍ଡି,୨୨/୧୨(ଇ ରଞ୍ଜନ):-କୁକୁଡାଖଣ୍ଡି ସଦର ଥାନା ଅଧୀନ ବୁଢ଼ୀଘରା ଛକରେ ଚାଲିଥିବା କୋଣାର୍କ ଗଣନାଟ୍ୟ ର ଚତୁର୍ଥ ଦିବସ ରେ ଟିକଟ ପାଇଁ କିଛି ଦର୍ଶକ ଓ ଆୟୋଜକ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ନେଇ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି। କିଛି ଦର୍ଶକ ଙ୍କୁ ବସିବା ପାଇଁ ଚେୟାର ନା ମିଳିବାରୁ ଏହିପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି।କିଛି ମାସ ତଳେ ସେହି ଯାତ୍ରା କମିଟି ରେ ନିଶା ମହାରଣା ନ ଆସିବାରୁ ଦର୍ଶକ ମାନେ ମାନେ ଚେୟାର ଫିଙ୍ଗିଥିଲେ। ଯାତ୍ରା ରେ ଏହିପରି ବିଶୃଙ୍ଖଳା ସୃଷ୍ଟି ହେଉଥିବା ରୁ ଉକ୍ତ ଯାତ୍ରା କମିଟି କୁ ଯାତ୍ରା ପାଇଁ ଅନୁମତି ନଦେବାକୁ ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି। ଗଣ୍ଡଗୋଳ ନେଇ ଆୟୋଜିତ କମିଟିର ପ୍ରତିକ୍ରିୟା ମିଳିନଥିବା ବେଳେ ସଦର ଏସଡିପିଓ ଶୁଭ୍ରାଂଶୁ ପରିଡା କହିଛନ୍ତି ଏନେଇ କିଛି ଅଭିଯୋଗ ଆସିନାହିଁ।




