ବ୍ରହ୍ମପୁର,୧୯/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ହାତୀପଲର ଦୌରାତ୍ମ୍ୟ l ସ୍ଥାନୀୟ କାଳିଆମ୍ବା ସେକ୍ସନ୍ ପୁରୁଣାପାଣି ବଞ୍ଜରମାଳରେ ଏକ ଦନ୍ତାହାତୀ ଗାଈଗୋଠରେ ପଶି ଆକ୍ରମଣ କରିବାରୁ ଗୋଟିଏ ଗାଈର ମୃତ୍ୟୁ ଘଟିଥିବା ବେଳେ ୩ଟି ଗାଈ ଆହତ ହୋଇଛ। ଫଳରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।



