ନୂଆଦିଲ୍ଲୀ,୧୭/ ୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ବିଷ ବଳୟରେ ଦେଶର ରାଜଧାନୀ ଦିଲ୍ଲୀ । ଦିଲ୍ଲୀ ସରକାର ବଢ଼ୁଥିବା ପ୍ରଦୂଷଣର ପ୍ରତିକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । କାଲିଠାରୁ, ଦିଲ୍ଲୀର ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନରେ ୫୦% ଘରୁ କାମ ବାଧ୍ୟତାମୂଳକ ହେବ । ଏହାସହ ଗ୍ରାପ୍ -୩ରେ ବନ୍ଦ ଯୋଗୁଁ ପ୍ରଭାବିତ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସରକାର ୧୦,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ ।



