ଗଞ୍ଜାମକୁ ଫେରିଛନ୍ତି ବିଦେଶି ପକ୍ଷୀ l

ବ୍ରହ୍ମପୁର,୧୭/ ୧୨(ଇ ରଞ୍ଜନ):-ହିଞ୍ଜିଳି ବିଦେଶୀ ପକ୍ଷୀଙ୍କ ଓଡ଼ିଶା ଆଗମନ ଗଞ୍ଜାମ ସମରଝୋଳ ପୋଖରୀ ରେ ଦେଖିବାକୁ ମିଳିଛି ୫ ପ୍ରଜାତି ର ବିଦେଶୀ ପକ୍ଷୀ l ଶୀତଋତୁରେ ସୁଦୂର ବରଫାବୃତ୍ତ ଅଞ୍ଚଳ ସାଇବେରିଆ, ରୁଷିଆ, କାଜାଖସ୍ତାନ, ଇରାନ, ଇରାକ, ମଙ୍ଗୋଲିଆ ଆଦି ଅଞ୍ଚଳରୁ ପ୍ରବଳ ହିମପ୍ରବାହ ଓ ଅସହ୍ୟ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରଜାତିର ରଙ୍ଗବେରଙ୍ଗର ପକ୍ଷୀମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ହଜାର ହଜାର ମାଇଲ ଅତିକ୍ରମ କରି ଓଡିଶା କୁ ଆସିଥାନ୍ତି । ଏହା ସହ ପାଖାପାଖି ସାଇବେରିଆରୁ ଅଧିକ ପ୍ରଜାତିର ପକ୍ଷୀମାନେ ପସନ୍ଦ କରିଥାନ୍ତି । ଏଠାକୁ ଆସି ଅଣ୍ଡା ଦେଇଥାନ୍ତି । ବିଶେଷ ଭାବରେ ଏହି ପକ୍ଷୀମାନେ ପ୍ରଜନନ, ସେମାନଙ୍କ ଶାବକମାନଙ୍କୁ ଖାଦ୍ୟ ଏବଂ ନିଜେ ବଞ୍ଚିବାକୁ ଏକ ସର୍ବୋତ୍ତମ ପରିବେଶ ଏବଂ ବାସସ୍ଥାନ ଖୋଜିବା ପାଇଁ ହଜାର ହଜାର ମାଇଲ ଆସି ଓଡିଶାର ଏକାଧିକ ସ୍ଥାନରେ ବସା ବାନ୍ଧିଥାଆନ୍ତି ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ସମରଝୋଳ ପୋଖରୀ ରେ ଚଳିତ ବର୍ଷ ବିଭିନ୍ନ ବିଦେଶୀ ଓ ଦେଶୀ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି l ପୋଖରୀ ପୁନଃରୁଦ୍ଧାର ପାଇଁ ବିଗତ କିଛି ବର୍ଷ ହେଲା ପକ୍ଷୀ ଆସୁନଥିଲେ,ଦୀର୍ଘ ପାଞ୍ଚ ବର୍ଷ ପରେ ପୁଣି ଖାଦ୍ୟ ଅନୁସନ୍ଧାନ ରେ ବିଭିନ୍ନ ପ୍ରଜାତି ର ପକ୍ଷୀ ଯଥା ରେଡ କ୍ରେୟେଷ୍ଟଡ଼ ପୋଚାର୍ଡ,ଟଫଟେଡ଼ ଡକ, ଇଉରିସିଆନ କୁଟ ପ୍ରଜାତି ର ପକ୍ଷୀ ଆସିଛନ୍ତି ଏହା ସହ ସ୍ଥାନୀୟ କଟନ ପିଗମୀ ଘୋସ, ମାଟିଆ ଗେଣ୍ଡି, ମାଛ ରଙ୍କା, କାମ ଚଢ଼େଇ ଆଦି ଙ୍କ ସମାଗମ ହୋଇଛି lସ୍ଥାନୀୟ ଲୋକଙ୍କ ସଚେତନତା ର ଅଭାବ ରହିଛି, ବନ ବିଭାଗ ତରଫରୁ ବିଦେଶା ଗତ ପକ୍ଷୀଙ୍କ ସୁରକ୍ଷା ପ୍ରତି ସଚେତନତା କାର୍ଯ୍ୟକ୍ରମ କଲେ ଲୋକଙ୍କ ଦୃଷ୍ଟି ଗୋଚର ରେ ରହିବ ଯାହା ଦ୍ୱାରା ଶିକାରୀ ମାନେ ଶିକାର ରୁ ଦୁରେଇ ରହିବେ l ଚଳିତ ବର୍ଷ ଆସିଥିବା ପକ୍ଷୀ ସୁରକ୍ଷିତ ଫେରିଲେ ପୁଣି ଆସନ୍ତା ବର୍ଷ କୁ ଏମାନ ଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ପରିବେଶବିତ ମାନେ ଆଶା ପ୍ରକଟ କରିଛନ୍ତି

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img