ବ୍ରହ୍ମପୁର,୧୭/ ୧୨(ଇ ରଞ୍ଜନ):-ହିଞ୍ଜିଳି ବିଦେଶୀ ପକ୍ଷୀଙ୍କ ଓଡ଼ିଶା ଆଗମନ ଗଞ୍ଜାମ ସମରଝୋଳ ପୋଖରୀ ରେ ଦେଖିବାକୁ ମିଳିଛି ୫ ପ୍ରଜାତି ର ବିଦେଶୀ ପକ୍ଷୀ l ଶୀତଋତୁରେ ସୁଦୂର ବରଫାବୃତ୍ତ ଅଞ୍ଚଳ ସାଇବେରିଆ, ରୁଷିଆ, କାଜାଖସ୍ତାନ, ଇରାନ, ଇରାକ, ମଙ୍ଗୋଲିଆ ଆଦି ଅଞ୍ଚଳରୁ ପ୍ରବଳ ହିମପ୍ରବାହ ଓ ଅସହ୍ୟ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରଜାତିର ରଙ୍ଗବେରଙ୍ଗର ପକ୍ଷୀମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ହଜାର ହଜାର ମାଇଲ ଅତିକ୍ରମ କରି ଓଡିଶା କୁ ଆସିଥାନ୍ତି । ଏହା ସହ ପାଖାପାଖି ସାଇବେରିଆରୁ ଅଧିକ ପ୍ରଜାତିର ପକ୍ଷୀମାନେ ପସନ୍ଦ କରିଥାନ୍ତି । ଏଠାକୁ ଆସି ଅଣ୍ଡା ଦେଇଥାନ୍ତି । ବିଶେଷ ଭାବରେ ଏହି ପକ୍ଷୀମାନେ ପ୍ରଜନନ, ସେମାନଙ୍କ ଶାବକମାନଙ୍କୁ ଖାଦ୍ୟ ଏବଂ ନିଜେ ବଞ୍ଚିବାକୁ ଏକ ସର୍ବୋତ୍ତମ ପରିବେଶ ଏବଂ ବାସସ୍ଥାନ ଖୋଜିବା ପାଇଁ ହଜାର ହଜାର ମାଇଲ ଆସି ଓଡିଶାର ଏକାଧିକ ସ୍ଥାନରେ ବସା ବାନ୍ଧିଥାଆନ୍ତି ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ସମରଝୋଳ ପୋଖରୀ ରେ ଚଳିତ ବର୍ଷ ବିଭିନ୍ନ ବିଦେଶୀ ଓ ଦେଶୀ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି l ପୋଖରୀ ପୁନଃରୁଦ୍ଧାର ପାଇଁ ବିଗତ କିଛି ବର୍ଷ ହେଲା ପକ୍ଷୀ ଆସୁନଥିଲେ,ଦୀର୍ଘ ପାଞ୍ଚ ବର୍ଷ ପରେ ପୁଣି ଖାଦ୍ୟ ଅନୁସନ୍ଧାନ ରେ ବିଭିନ୍ନ ପ୍ରଜାତି ର ପକ୍ଷୀ ଯଥା ରେଡ କ୍ରେୟେଷ୍ଟଡ଼ ପୋଚାର୍ଡ,ଟଫଟେଡ଼ ଡକ, ଇଉରିସିଆନ କୁଟ ପ୍ରଜାତି ର ପକ୍ଷୀ ଆସିଛନ୍ତି ଏହା ସହ ସ୍ଥାନୀୟ କଟନ ପିଗମୀ ଘୋସ, ମାଟିଆ ଗେଣ୍ଡି, ମାଛ ରଙ୍କା, କାମ ଚଢ଼େଇ ଆଦି ଙ୍କ ସମାଗମ ହୋଇଛି lସ୍ଥାନୀୟ ଲୋକଙ୍କ ସଚେତନତା ର ଅଭାବ ରହିଛି, ବନ ବିଭାଗ ତରଫରୁ ବିଦେଶା ଗତ ପକ୍ଷୀଙ୍କ ସୁରକ୍ଷା ପ୍ରତି ସଚେତନତା କାର୍ଯ୍ୟକ୍ରମ କଲେ ଲୋକଙ୍କ ଦୃଷ୍ଟି ଗୋଚର ରେ ରହିବ ଯାହା ଦ୍ୱାରା ଶିକାରୀ ମାନେ ଶିକାର ରୁ ଦୁରେଇ ରହିବେ l ଚଳିତ ବର୍ଷ ଆସିଥିବା ପକ୍ଷୀ ସୁରକ୍ଷିତ ଫେରିଲେ ପୁଣି ଆସନ୍ତା ବର୍ଷ କୁ ଏମାନ ଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ପରିବେଶବିତ ମାନେ ଆଶା ପ୍ରକଟ କରିଛନ୍ତି




