ଭୁବନେଶ୍ୱର,୦୬/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ଦୁଇ ଦଫା ଦାବିରେ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ପ୍ରାଥମିକ ଶିକ୍ଷକ। ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସ୍କୁଲ ଫେରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ବିଧାନସଭାର ଶୂନ୍ୟକାଳରେ ବିଧାୟକ ଗୌତମବୁଦ୍ଧ ଦାସ ଓ ଧ୍ରୁବ ସାହୁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇବା ସହ ଦାବି ପୂରଣ କରିବାକୁ କହିଛନ୍ତି।




