ବ୍ରହ୍ମପୁର,୦୩/୧୨(ଇବିଜୟ କୁମାର ଗୌଡ଼):-ଲକ୍ଷ୍ମୀନୁରସିଂହ ସାହି ହରାଡାଖଣ୍ଡି ବନ୍ଧ, ମେନ ରୋଡ ଓ ସବୁ ସାହିରେ ଏହି ଭଳି ପରିସ୍ଥିତି ଦେଖାଯାଉଛି l ବିଦ୍ୟୁତ୍ ଖୁଣ୍ଟରେ କୁଢ଼ କୁଢ଼ ଜଟିଳ ତାର ସହରର ଏକପ୍ରକାର ଗୋଦାମ ଭଳି ଦେଖାଯାଉଛି ଓ ଜନସାଧାରଣ ସେହି ରାସ୍ତା ଯିବା ଆସିବା କରୁଥିବାର ଦେଖାଯାଉଛି l କିନ୍ତୁ ଦୁର୍ଘଟଣାର ସମ୍ଭାବନାହେଲେ ଏଥିରେ କିଏ ଦlୟୀ ରହିବ ବୋଲି ବରିଷ୍ଠ ନାଗରିକମାନେ ଦାବି କରିଛନ୍ତି l ବିଦ୍ୟୁତ୍ ଖୁଣ୍ଟ ରେ ତାର ସବୁ ଝୁଲିବାକୁ ଲାଗିଥିବାବେଳେ ଜନସାଧାରଣଙ୍କ ଭୟର କାରଣ ହୋଇଛି। ଖୁଣ୍ଟ ଉପରେ ବିଦ୍ୟୁତ୍ ତାର, କେବୁଲ୍ ଏବଂ ଅନ୍ୟାନ୍ୟ କମ୍ପାନୀଙ୍କ ତାରଗୁଡ଼ିକ ଗୋଟିଏ ବଡ଼ ଅବ୍ୟବସ୍ଥିତ ଜଟିଳ ଗଣ୍ଠି ସୃଷ୍ଟି କରିଛି। ଏହି ଅବସ୍ଥାରେ କେତେବେଳେ ବି ଛୋଟ ଶାର୍ଟ ସର୍କିଟ୍, ମଧ୍ୟ ଦେଖାଯାଉଛି,କିମ୍ବା ବିଦ୍ୟୁତ୍ ଘାତ ଘଟିବା ସମ୍ଭାବନା ରହିଛି। ସ୍ଥାନୀୟ ବାସିନ୍ଦାମାନଙ୍କ କହିବା ଅନୁସାରେ, ଶିଶୁମାନେ ଏବଂ ସାଧାରଣ ଲୋକ ଏହି ଖୁଣ୍ଟର ନିକଟରେ ପ୍ରତିଦିନ ଯାତାୟାତ କରୁଛନ୍ତି, ଯାହା ପରିସ୍ଥିତିକୁ ଅଧିକ ଅପସ୍ଥିତିଜନକ କରିଛି। ଖୁଣ୍ଟ ପଛ ପଟରେ ଘର ସବୁ ରହିଥିବାରୁ ବିଦ୍ୟୁତ୍ ଘାତ ଘଟିବା ସମ୍ଭାବନା ରହିଛି। ଏଥିପ୍ରତି ବିଦ୍ୟୁତ୍ ବିଭାଗ ତୁରନ୍ତ ପଦକ୍ଷେପ ନେଇ ତାର ଗୁଡ଼ିକୁ ସୁଚିତ୍ର ଭାବେ ବ୍ୟବସ୍ଥାପିତ କରନ୍ତୁ ll ଖରାପ ଓ ଲୁଜ୍ ତାରଗୁଡ଼ିକୁ ପରିବର୍ତ୍ତନ କରାଯାଉ l ଶିଶୁମାନଙ୍କ ସୁରକ୍ଷା ପାଇଁ ଖୁଣ୍ଟ ତଳେ ତାର ଝୁଲିବାକୁ ରୋକାଯାଉ l ସାଧାରଣଲୋକଙ୍କ ମତରେ, ଦୀର୍ଘଦିନ ଧରି ଏହି ସମସ୍ୟା ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ପଦକ୍ଷେପ ଦେଖାଯାଇନାହିଁ।




