Sunday, December 21, 2025
9.1 C
London

ଘାଟିପାରି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।

କୁକୁଡ଼ାଖଣ୍ଡି ,୦୧/୧୧(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ବାଲିପଡl ଘାଟିପାରି ବିଦ୍ୟାଳୟ ପରିସର ରେ ବ୍ଲକ ସ୍ତରିୟ ସୁରଭି କାର୍ଯକ୍ରମ ଅନୁଷ୍ଟିତ ହୋଇଯାଇଛି l କାର୍ଯ୍ୟକ୍ରମ କୁକୁଡ଼ାଖଣ୍ଡି ଗୋଷ୍ଠି ଶିକ୍ଷାଧିକାରୀ ସନ୍ତୋଷ କୁମାର ମହାପାତ୍ର ସଭାପତିତ୍ୱ ରେ ଅନୁଷ୍ଟିତ ।ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ନିଜର ସୁନ୍ଦର ବକ୍ତବ୍ୟ ମାଧ୍ୟମରେ ଦେଶ ଓ ଜାତି ପାଇଁ ଭଲକାମ କରି ସୁନାମ ଅର୍ଜନ କରିବା ଦିଗରେ ଛାତ୍ରଛତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ ।ଏହାସହିତ ପରିବେଶ ପ୍ରତି ଯତ୍ନବାନ ହୋଇ ପଲିଥିନ୍ ବ୍ୟବହାରକୁ ବର୍ଜନ କରିବା ଦିଗରେ ଗୁରୁତ୍ୱ ଆରୋପ କରିଥିଲେ । ଆଜିର କାର୍ଯ୍ୟକ୍ରମର ସଂଯୋଜନା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ପରିଚାଳନା ସଂପାଦିକା ଶ୍ରୀମତି ଜ୍ୟୋତି କୁମାରୀ ପଣ୍ଡାଙ୍କ ଦ୍ୱାରା ସାଧିତ ହୋଇଥିଲା । ମୂଖ୍ୟ ବକ୍ତା ଭାବେ ସ୍ଥାନୀୟ ମହୁରୀ କାଳୁଆ ଉଚ୍ଚ ମାଧ୍ୟମିକବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରଶନ୍ନ କୁମାର ବିଷୋୟ ଯୋଗ ଦେଇଥିଲେ । ଜିଲ୍ଲା ପରିଷଦ ସଦସ୍ୟା ଶିବାନୀ ସେଠୀ , ସରପଞ୍ଚ ଝିଲି ସେଟି, , ପ୍ରତିମା ମଲ୍ଲିକ ସମିତି ସଭ୍ୟା ବାଲିପଡା ଗ୍ରାମପଞ୍ଚାୟତ , ଅନିଲ୍ କୁମାର ଗୌତ ସରପଞ୍ଚ ଲାଞ୍ଜିଆ , ମାମି ଶାସମଲ ସରପଞ୍ଚ ବାଘଲଟି, ଲଳିତ ମୋହନ ବିଷୋୟୀ ସମାଜସେବୀ ଓ ବିଦ୍ୟାଳୟ ଉପଦେଷ୍ଟା , ଶ୍ରୀ ବାବୁଲା ସାହୁ ସଭାପତି ବିଦ୍ୟାଳୟ ପରିଚାଳନା କମିଟି , ଶ୍ରୀ ନିରଞ୍ଜନ ମହାନ୍ତି ପୁରାତନ ଛାତ୍ର ସଂସଦ ସଭାପତି, ଶ୍ରୀ ଗୋକୁଳ କ୍ରିଷ୍ଣା ପଣ୍ଡା ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁରୁଣାପାଟଣା , ଅଧ୍ୟକ୍ଷ ଓଏବି କୁସୁମି ସୁଦର୍ଶନସେଠୀ, ବସନ୍ତ କୁମାର ସେଠୀ କୁକୁଡାଖଣ୍ଡି ସିମlଞ୍ଚାଲ କାଜି କୁକୁଡ଼ାଖଣ୍ଡି , ଜିତେନ୍ଦ୍ର କୁମାର ମାହାନ୍ତି,ଏମ ଡମ୍ବୁରୁଧର ଦୋରା, ଆଦି ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ୧୩ଟି କ୍ଳଷ୍ଟରରୁ ଆସିଥିବା ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପ୍ରତିଯୋଗୀତା ଗୁଡିକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ହେବାକୁଥିବା ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ। ଉଦଯାପନୀ ଉତ୍ସବରେ କାର୍ଯ୍ୟକ୍ରମର ସଭାପତି ତଥା ଗୋଷ୍ଠି ଶିକ୍ଷାଧିକାରୀ ଓ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Hot this week

ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ ପମ୍ପରେ ମିଳିବନି ପେଟ୍ରୋଲ, ଡିଜେଲ।

ଭୁବନେଶ୍ୱର,୨୧/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ଏଣିକି ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ ପମ୍ପରେ...

ବ୍ଳକ୍ ସ୍ତରୀୟ ଧାନ ସଂଗ୍ରହ ବୈଠକ ଅନୁଷ୍ଟିତ l

କୁକୁଡାଖଣ୍ଡି,୨୧/୧୨(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ସ୍ତରୀୟ ଚଳିତବର୍ଷ ଖରିଫ ଋତୁ ରେ ଚାଷୀଙ୍କ...

ଆସାମର ହୋଜାଇ ଜିଲ୍ଲାରେ ହାତୀପଲଙ୍କ ଉପରେ ମାଡ଼ିଗଲା ଟ୍ରେନ ।

ନୂଆଦିଲ୍ଲୀ,୨୦/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ଆସାମର ହୋଜାଇ ଜିଲ୍ଲାରେ ହାତୀପଲଙ୍କ ଉପରେ ମାଡ଼ିଗଲା...

ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ହାତୀପଲର ଦୌରାତ୍ମ୍ୟ l

ବ୍ରହ୍ମପୁର,୧୯/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ...

ଆସନ୍ତା ନୂତନ ଇଂରାଜୀ ବର୍ଷ ପ୍ରଥମ ଦିନର ଜଗନ୍ନାଥ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ l

ଭୁବନେଶ୍ୱର,୧୮/୧୨(ଲିପିକା ରାଣୀ ରାଉତ ):-ଶ୍ରୀଜଗନ୍ନାଥ ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ଓ...

Topics

ଅତିଥି ଅଧ୍ୟାପିକାଙ୍କର ସନ୍ଦେହଜନକ ମୃତ୍ୟୁ l

କେନ୍ଦୁଝର ,୧୮/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ବିଜ୍ଞାନ...

ଭାରସ୍ୟାମ ହରାଇ ୪୦ ଫୁଟ ତଳକୁ ଖସିଲା ବୋଲେରୋ ।

ମୟୂରଭଞ୍ଜ,୧୮/୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା...

ବିଷ ବଳୟରେ ଦେଶର ରାଜଧାନୀ ଦିଲ୍ଲୀ ।

ନୂଆଦିଲ୍ଲୀ,୧୭/ ୧୨(କଳିଙ୍ଗ ଜାଗରଣ ବ୍ୟୁରୋ):- ବିଷ ବଳୟରେ ଦେଶର ରାଜଧାନୀ ଦିଲ୍ଲୀ...
spot_img

Related Articles

Popular Categories

spot_imgspot_img