ଭୁବନେଶ୍ୱର,୨୭/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):-ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ମନ୍ଥା ଆସନ୍ତା କାଲି ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ । ଘଣ୍ଟା ପ୍ରତି ୧୩କିମି ବେଗରେ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇ ମାଡି ଆସୁଥିବାବେଳେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇସାରିଲାଣି । ବର୍ତ୍ତମାନ ବାତ୍ୟା ଗୋପାଳପୁର ଠାରୁ ୮୬୦କିମି ଏବଂ କାକିନଡାଠାରୁ ୭୧୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି ।




