ଭୁବନେଶ୍ୱର,୨୬/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):-ମାଡି ଆସୁଛି ସାମୁଦ୍ରିକ ଝଡ଼ ‘ମନ୍ଥା’। ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ଗତି କରୁଥିବାବେଳେ ଏହା ଗୋପାଳପୁରଠାରୁ ୯୫୦ କିଲୋମିଟର ଏବଂ କାକିନଡାଠାରୁ ୮୪-୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଫଳରେ ଏହା ସ୍ଥଳଭାଗକୁ ଆସିବା ପୂର୍ବରୁ ଭୀଷଣ ରୂପ ଧାରଣ କରି ଆସନ୍ତା ୨୮ ତାରିଖ ସନ୍ଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବା ।




