ବ୍ରହ୍ମପୁର,୨୬/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚିକିଟି ପେଣ୍ଠ ବସ୍ ଷ୍ଟାଣ୍ଡ ନିକଟ ଏକ ହୋଟେଲରେ ଗ୍ୟାସ୍ ସିଲିଣ୍ଡର ଫାଟି ବିସ୍ପୋରଣ l ଏଥିରେ ଦୁଇ ଜଣ ଗୁରୁତର ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ଥିବାବେଳେ ପୁଲିସ୍ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି। ହୋଟେଲରେ ରୋଷେଇ ଚାଲିଥିବାବେଳେ ଗ୍ୟାସ୍ ସିଲିଣ୍ଡରଟି ଫାଟି ଯାଇଥିଲା।




