ସୁବର୍ଣ୍ଣପୁର,୨୪/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):- ଆଜି ୧୨ ଘଣ୍ଟିଆ ସୁବଳୟା ବନ୍ଦ । ସୁବଳୟାକୁ ଏନ୍ଏସି ଘୋଷଣା ଦାବିରେ ସୁବଳୟା ଏନଏସି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇ ଥିବାବେଳେ ହି ବନ୍ଦ ପ୍ରଭାବରେ ଦୋକାନ ବଜାର, ସ୍କୁଲ କଲେଜ ଓ ଗାଡ଼ି ମଟର ସବୁ କିଛି ବନ୍ଦ ଥିବା ଦେଖିବାକୁ ମିଳିଛି । ସୋନପୁର ରେଢ଼ାଖୋଲ ସମ୍ବଲପୁର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।




