ବ୍ରହ୍ମପୁର,୨୨/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁରର ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜେରା କରୁଛି ପୁଲିସ । ପୂର୍ବରୁ ବିଜେଡି କର୍ପୋରେଟର ମଳୟ ବିଷୋୟୀ, ବିଜେଡି ସଦସ୍ୟ ମଦନ ଦଳେଇ ଓ ପୂର୍ବତନ ମେୟର ଶିବ ଶଙ୍କର ଦାଶଙ୍କୁ ପୁଲିସ ପଚରାଉଚରା କରି ବାକୁ ଜେରା କରି ଥିଲା । ଏବେ ଏହି ମାମଲାରେ ୪ଜଣ ରାଜନେତାଙ୍କୁ ପଚରାଉଚରା କରୁଛି ପୁଲିସ । ସେପଟେ ବିକ୍ରମଙ୍କୁ ପଚରାଉଚରା ପାଇଁ ନିଆଯିବା ଘଟଣା ପ୍ରତିବାଦରେ ବିଜେଡି କର୍ମୀ ଆଇଜି ଅଫିସ ଘେରାଉ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।




