ଝାରସୁଗୁଡ଼ା,୨୧/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):-ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ଗଜପତିନଗରରେ ଲୁଟ ଯୋଜନା କରୁଥିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ଦୁଇଟି ଖଣ୍ଡା, ଦୁଇଟଲୁହା ରଡ୍, ଗୋଟିଏ ଛୁରୀ, ଦୁଇଟି ଟର୍ଚ୍ଚଲାଇଟ୍, ୨ଟି ଖାଲି ମଦ ବୋତଲ, ୩ ଟି ମୋବାଇଲ, ନଗଦ ୨୨୭୦ ଟଙ୍କା, ସହ ୨ ଟି ବାଇକ ଜବତ କରିଛି । ଏବଂ ୪ ଅଭିଯୁକ୍ତ ହେଲେ କାଳୀନଗରର ଆଶିଷ ବେହେରା, ବିଶାଲ ବେହେରା ଓ ଖଲିଆକାନୀର ଅଭିଷେକ ଭୋଇ ଅମୀର ମହାରାଣା ।




