ବ୍ରହ୍ମପୁର ,(କଳିଙ୍ଗ ଜାଗରଣ ବ୍ୟୁରୋ):- ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ ବ୍ରହ୍ମପୁରର ଜଣେ ପୂର୍ବତନ କର୍ପୋରେଟର ଓ ଛାତ୍ର ନେତା ଥାନାରେ ଅଟକ ଥିବା ସୂଚନା ମିଳିଛି । ଏହି ଦୁଇ ଜଣଙ୍କୁ ଗତ ୨ଦିନ ହେଲା ପୁଲିସ ଅଟକ ରଖି ପଚରାଉଚରା ଜାରି କରୁଥିବାବେଳେ ଏମାନଙ୍କ ସହ ଅନ୍ୟ ଦୁଇ ଜଣ କ୍ରିମିନାଲକୁ ଜେରା କରାଯାଉଛି ।




