ରାୟଗଡା,୦୩/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):-ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକର ଦୁର୍ଗମ ଗିରି କନ୍ଦରରେ ଥିବା ଶଗଡା ଓ ପୁଟାସିଂ ପଞ୍ଚାୟତରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ଅନେକ ଚାଷୀଙ୍କ ଧାନ ଜମିରେ ବାଲି ମାଡ଼ି ଯାଇଥିବା ବେଳେ ଫସଲ ସବୁ ଭାସି ଯାଇଛି । ଆଉ କେତେକ ଅଞ୍ଚଳରେ ପାଣି ଜମି ରହି ଫସଲ ନଷ୍ଟ ହୋଇଯାଇଛି । ପବନ ଯୋଗୁଁ ଧାନ, କପା ଫସଲ ଭାଙ୍ଗି ପଡିଛି । ଫଳରେ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।




