ନୂଆଦିଲ୍ଲୀ,୨୯/୯(କଳିଙ୍ଗ ଜାଗରଣ ବ୍ୟୁରୋ):- ଏସିଆ କପ୍ ୨୦୨୫ ଫାଇନାଲରେ ଭାରତ ପାକିସ୍ତାନକୁ ପରାଜିତ କରି ନବମ ଥର ପାଇଁ ଏସିଆ କପ୍ ହାସଲ କରିଛି। ଏଥିଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଭାରତୀୟ କ୍ରିକେଟ୍ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି।




