Monday, November 3, 2025
12.4 C
London

ଫୁଲଟା ଗଣେଷ ବିସର୍ଜନ ରେ ଡିଜେ ଘମାଘୋଟ, ବଜରଙ୍ଗୀ ଡିଜେ ଜବତ୍।

ବ୍ରହ୍ମପୁର,୦୯/୯(ଇ ରଞ୍ଜନ):- ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗ୍ରାମ ରେ ଗଣେଷ ପୁଜା ବିସର୍ଜନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଭୟାବହ ଡିଜେ ଘମାଘୋଟ ଲଢେଇ ହେଇଥିଲା। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୂଜା ବିସର୍ଜନ ବେଳେ ଦୁଇ ପକ୍ଷର ଡିଜେ ଗାଡ଼ି ଶକ୍ତି ପରୀକ୍ଷା କରୁଥିଲେ। ପରସ୍ପରକୁ ଧକ୍କା ଦେଇ ଭୟାବହ ପ୍ରତିଯୋଗିତା ଚାଲିଥିଲା। ସେହି ସମୟରେ ଅଞ୍ଚଳରେ ତିବ୍ର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।ଘଟଣାକୁ ନେଇ ଦୁଇପକ୍ଷୀୟ ମଧ୍ୟରେ ବାଦବିବାଦ ଓ ଅନିୟନ୍ତ୍ରିତ ଆକ୍ରୋଶ ପ୍ରକାଶ ପାଇଥିଲା। ଅଧିକାଂଶ ସ୍ଥାନୀୟ ଲୋକେ ପୂଜା ପାଳନ ରେ ମନୋନିବେଶ କରିଥିବା ବେଳେ, ଡିଜେ ଘମାଘୋଟ ଦୃଶ୍ୟ ଅଶାନ୍ତିର କାରଣ ହୋଇଥିଲା। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଅବୈଧ ଭାବରେ ଶକ୍ତିଶାଳୀ ସାଉଣ୍ଡ ସିଷ୍ଟମ୍ ବ୍ୟବହାର କରିଥିଲେ। ଦୁଇ ଡିଜେ।ଘଟଣା ପରେ ପ୍ରଶାସନ ଗୁରୁତ୍ୱ ସହକା ରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ ହେଇଛନ୍ତି। ଆଜି କୁକୁଡ଼ାଖଣ୍ଡି ତହସିଲଦାର ରାଜକିଶୋର ପଟ୍ଟନାୟକ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ସଦର ପୋଲିସ ଉପସ୍ଥିତିରେ ବାଲିପଡ଼ା ଗ୍ରାମରେ ଥିବା ‘ବଜରଙ୍ଗୀ ଡିଜେ’ କୁ ଜବତ୍ କରାଯାଇଛି। ଡିଜେ ସେଟ୍ ସହ ଗୃହ କୁ ମଧ୍ୟ ସିଲ୍ କରିଦିଆଯାଇଛି।ଅଞ୍ଚଳବାସୀଙ୍କ କହିବା ଅନୁସାରେ, ପ୍ରତିବର୍ଷ ପୂଜା ବିସର୍ଜନ ବେଳେ ଏପରି ଡିଜେ ର ପ୍ରତିଯୋଗିତା ଓ ଘମାଘୋଟ ହେଉଛି। ଏଥିପାଇଁ ସାମାଜିକ ସୁଖ-ଶାନ୍ତି ବାଧାଗ୍ରସ୍ତ ହେଉଛି। ପ୍ରଶାସନଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେବାକୁ ଅଞ୍ଚଳରେ ସ୍ୱାଗତ କରାଯାଇଛି।ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଅନୁମତି ବିନା ଡିଜେ ବଜେଇବା, ସାଉଣ୍ଡ ନିୟମ ଉଲ୍ଲଂଘନ କରିବା କାର୍ଯ୍ୟରେ କଡ଼ା ହାତରେ ପଦକ୍ଷେପ ଗ୍ରହଣ କରାଯିବ।

Hot this week

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର କାଶୀବୁଗାସ୍ଥିତ ଭେଙ୍କେଟେଶ୍ଵର ସ୍ଵାମୀ ମନ୍ଦିରରେ ଦଳାଚକଟା l

ଆନ୍ଧ୍ରପ୍ରଦେଶ,୦୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର କାଶୀବୁଗାସ୍ଥିତ ଭେଙ୍କେଟେଶ୍ଵର ସ୍ଵାମୀ ମନ୍ଦିରରେ ଦଳାଚକଟା...

ଟ୍ରେନ୍ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ ।

ମୟୂରଭଞ୍ଜ,୦୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଆଗ୍ରିଆ ରେଲୱେ କ୍ରସିଂ...

ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହେଲେ ପ୍ରେମୀ ଯୁଗଳ ।

ବୌଦ୍ଧ ,୦୨/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପଇଦାଭୂଇଁ...

ଅବସର ନେଲେ ଜଗଦଳପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ l

କୁକୁଡ଼ାଖଣ୍ଡି ,୦୧/୧୧(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ବ୍ରହ୍ମପୁର ଶିକ୍ଷା ବିଭାଗ ଅନ୍ତର୍ଗତ ଜଗଦଳପୁର...

ଘାଟିପାରି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।

କୁକୁଡ଼ାଖଣ୍ଡି ,୦୧/୧୧(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ବାଲିପଡl ଘାଟିପାରି ବିଦ୍ୟାଳୟ ପରିସର ରେ...

Topics

ଆଜି ପବିତ୍ର ଅଳାଁ ନବମୀ ।

ଭୁବନେଶ୍ୱର,୩୧/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):- ଆଜି ପବିତ୍ର ଅଳାଁ ନବମୀ । ଏହି...

ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ।

ଭୁବନେଶ୍ୱର,୩୧/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):- ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ...

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଯାତ୍ରୀବାହୀ ବସ୍ ର ପଛପଟୁ ଧକ୍କା ଦେଲା ମକା ବୋଝେଇ ଟ୍ରକ୍ ।

ବାଲେଶ୍ୱର,୩୦/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଯାତ୍ରୀବାହୀ ବସ୍...
spot_img

Related Articles

Popular Categories

spot_imgspot_img