Thursday, June 4, 2026
14.1 C
London

ଏନ୍ଏସି ଘୋଷଣା ରୁ କୁକୁଡ଼ାଖଣ୍ଡି ବାଦ ତେଜିଲା ରାଜନୀତି l

କୁକୁଡାଖଣ୍ଡି,o୫/୯(ଇ.ରଞ୍ଜନ):-ଜନସଂଖ୍ୟା ଦୃଷ୍ଟି ଏବଂ ବିଭିନ୍ନ ଅନୁସଙ୍ଗିକ ବ୍ୟବସ୍ଥା ଥିବା କୁକୁଡ଼ାଖଣ୍ଡି ଅଞ୍ଚଳ କୁ ପୂର୍ବରୁ ରାଜ୍ୟ ସରକାର ଏନଏସି ମାନ୍ୟତା ଦେବା କୁ ତପ୍ତରତା ପ୍ରକାଶ କରି ଏନଏସି କରିବାକୁ ଘୋଷଣା କରିଥିଲେ। ପୂର୍ବ ସରକାର ଙ୍କ ବିଭାଗୀୟ ମନ୍ତ୍ରୀ ମଧ୍ୟ ବିଧାନସଭା ରେ ଏନଏସି କରିବାକୁ ମଧ୍ୟ ଘୋଷଣା କରିଥିଲେ।ଏହା ନେଇ କୁକୁଡ଼ାଖଣ୍ଡି ଅଞ୍ଚଳ ବାସି ଉତ୍ସହିତ ହୋଇଥିଲେ କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାର କୁକୁଡାଖଣ୍ଡି ଙ୍କୁ ଏନଏସି ମାନ୍ୟତା ଦେଲେନାହିଁ ପୂର୍ଵ ସରକାର ଙ୍କ ଘୋଷଣା କୁ କାର୍ଯ୍ୟକାରୀ ମଧ୍ୟ କରିଲେ ନାହିଁ।ଯାହା କୁ ନେଇ ଅଞ୍ଚଳବାସି ଙ୍କ ମଧ୍ୟରେ ବର୍ତମାନ ଅସନ୍ତୋଷ ବଢ଼ିବାରେ ଲାଗିଛି l ଏନଏସି ତାଲିକାରୁ ବାଦ ପଡିବା ପରେ ଅଞ୍ଚଳବାସି ଏହାର କାରଣ ଖୋଜୁଛନ୍ତି। ଏଥି ମଧ୍ୟରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଏନଏସି ଘୋଷଣା ରୁ କୁକୁଡାଖଣ୍ଡି କୁ ବାଦ ଦେବ ନେଇ ଏକ ଗଣମାଧ୍ୟମ ରେ ବିବୃତ୍ତି ଦେଇଥିଲେ କୁକୁଡ଼ାଖଣ୍ଡି ରେ ଅନୁସଙ୍ଗିକ ବ୍ୟବସ୍ଥା ଓ଼ ସାରାକରୀ ଜାଗା ର ଅଭାବ ଯୋଗୁଁ ଏନ ଏ ସି ଘୋଷଣା ହୋଇନାହିଁ। ପୂର୍ଵ ରାଜ୍ୟ ସରକାର ନିର୍ବାଚନ କୁ ଆଖି ଆଗରେ ରଖି ଏନଏସି ଘୋଷଣା କରିଥିଲେ ବୋଲି ବିଧାୟକ କହିଥିଲେ।ଝାହାକୁ ନେଇ ଅଂଚଳ ରେ ଅସନ୍ତୋଷ ବୃଦ୍ଧି ପାଇଛି।

ଏ ନେଇ ରାଜନୀତି ମାହୋଲ ମଧ୍ୟ ସରଗରମ ହୋଇଛି। କଂଗ୍ରେସ ବିଧାୟକ ପାର୍ଥି ସାକା ସୁଜିତ ମଧ୍ୟ ବିଧାୟକ ଙ୍କ ମନ୍ତବ୍ୟ କୁ କଡା ସମାଲୋଚନା କରିଛନ୍ତି। କୁକୁଡ଼ାଖଣ୍ଡି କୁ ଏନଏସି ଘୋଷଣା ରେ ସରକାର ରୋକ୍ ଲଗାଇବା ରେ କାରଣ କଣ ବର୍ତମାନ ସୁଦ୍ଧା ପ୍ରକାଶ କରୁନାହାନ୍ତି। ପୁର୍ବ ସରକାର ଏହି ଅଂଚଳ କୁ ଏନଏସି ମାନ୍ୟତା ପାଇଁ ପ୍ରତିଶୃତି ଦେଇଥିଲେ l କିନ୍ତୁ ବଡ଼ ଦୁର୍ଭାଗ୍ୟ ରାଜନୈତିକ ଇଛାଶକ୍ତି ଅଭାବ ରୁ ସ୍ଥାନୀୟ ବିଧାୟକ ଏନଏସି ପାଇଁ ସଙ୍ଘର୍ଷ କରିବା ଅପେକ୍ଷା ନିଜ ଆଡୁ ସ୍ଥାନ ଅଭାବ ରୁ ବାଦ ପଡ଼ିଥିବା କହି ନିଜ ଦୁର୍ବଳତା କୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ବିଧାୟକ ପୂର୍ଵ ସରକାର ଙ୍କ ଦଳରେ ଥିବା ବେଳେ କୁକୁଡାଖଣ୍ଡି କୁ ଏନଏସି ଘୋଷଣା ହୋଇଥିଲା ଏବଂ ବିଧାୟକ ସେହିସମୟରେ ପୂର୍ଵ ସରକାର ଙ୍କୁ ପ୍ରଶଂସା ମଧ୍ୟ କରିଥିଲେ କିନ୍ତୁ ବିଧାୟକ ଦଳ ପରିବର୍ତନ କରିବା ପରେ ନିଜ ମନ୍ତବ୍ୟ ମଧ୍ୟ ପରିବର୍ତନ କରି କୁକୁଡlଖଣ୍ଡି ଅଞ୍ଚଳ ରେ ବହୁ ସରକାରୀ ଜାଗା ରହିଛି ତାହାକୁ ଅନୁଧ୍ୟାନ କରି ପୁନଃ ପ୍ରଚେଷ୍ଟା କରି ସରକାରଙ୍କ ନିକଟରେ ଦାବି ରଖି ଏନଏସି ପ୍ରସ୍ତାବ ପାରିତ କରି ଘୋଷଣା କରିବା କୁ ଦାବି କରିଛନ୍ତି l
ସେହିପରି ଭିନ୍ନକ୍ଷମ ନେତା କେ ମଣିବାବୁ କହିଛନ୍ତି ରାଜ୍ୟ ସରକାର ଏହି ଅଞ୍ଚଳ କୁ କୁକୁଡ଼ାଖଣ୍ଡି କୁ ଏନଏସି ନକରି ଅଞ୍ଚଳ ବାସି ଙ୍କ ମନରେ ଆଘାତ ପହଞ୍ଚାଇଛନ୍ତି। ରାଜ୍ୟ ସରକାର ଏନେଇ ପୁନଃବିଚାର କରିବାକୁ ଅନୁରୋଧ କରିଛନ୍ତି। ଯଦି ରାଜ୍ୟ ସରକାର କୌଣସି ବିଚାର ନକରନ୍ତି ଆଗାମୀ ଦିନ ରେ ଜନ ଆନ୍ଦୋଳନ ତୀବ୍ରହେବ।ବହୁ ସ୍ଥାନ ରେ ଆବଶ୍ୟକୀ ବ୍ୟବସ୍ଥା ନଥିଲେ ମଧ୍ୟ ମୁନିଶିପାଲଟି, ଏନଏସି ଘୋଷଣା ରାଜ୍ୟ ସରକାର କରୁଛନ୍ତି l ବହୁ କାର୍ଯ୍ୟାଳୟ ଥିବା ଶ୍ୱତେ ବି ସରକାର କାହିଁକି ଏନଏସି ଘୋଷଣା କରିବା ରେ କୁଣ୍ଠାଭାବ ଆପଣେଇଛନ୍ତି ତାହାକୁ ନେଇ ପ୍ରଶ୍ନ କରୁଛନ୍ତି l ଏହି ସରକାର ଲୋକଙ୍କ ସରକାର କହିଥିଲେ ମଧ୍ୟ ଏହି ଅଞ୍ଚଳ କୁ ସାବତ ପୁଅ ଭାବେ ନଦେଖି ଖୁବ୍ ଶୀଘ୍ର ଏନଏସି ଘୋଷଣା କରିବାକୁ ଅନୁରୋଧ କରିଛନ୍ତି ନଚେତ୍ ଆଗାମୀ ଦିନ ରେ ଅଞ୍ଚଳ ବାସି ଆନ୍ଦଳlତ୍ମକପନ୍ଥା ଆପଣେଇ ବାକୁ ବାଧ୍ୟ ହେବେ ବୋଲି ଉଭୟ ନେତା କହିଛନ୍ତି l

Hot this week

ନର୍ସିଂ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ଅପହରଣ ଘଟଣାରେ ଚାରିଜଣ ଅଭିଯୁକ୍ତ ଗିରଫ ।

ଭୁବନେଶ୍ୱର,୦୩।୦୬(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ଭରତପୁର ଥାନା ଅଧୀନ ଏକ ଘରୋଇ ବିଶ୍ୱବିଦ୍ୟାଳୟ...

ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ବିପୁଳ ବିଜୟ ହାସଲ କରିଛି।

ନୂଆଦିଲ୍ଲୀ,୩୦।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି...

ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ ।

ବ୍ରହ୍ମପୁର ୨୬।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ । ପ୍ଲଟ୍...

ଵ୍ରହ୍ମପୁରରେ ପୁଣି ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣିଲେ ଦୃବୁତ୍ତ l

ଵ୍ରହ୍ମପୁର,୨୫।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଵ୍ରହ୍ମପୁର ବଡବ୍ଜ଼ାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ଛକ ବିଚ...

ଡାଇମଣ୍ଡ’ ନାମକ ବସ୍ ସହ ଅଟୋର ମୁହାଁମୁହିଁ ଧକ୍କା,୬ ଜଣଙ୍କର ମୃତ୍ୟୁ l

ବ୍ରହ୍ମପୁର ୨୩।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ‘ଡାଇମଣ୍ଡ’...

Topics

ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ପୁଲିସ ର ଏନକାଉଣ୍ଟର l

ବ୍ରହ୍ମପୁର,୨୧।୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରି ରୋଡରେ ଉମେଶ ରଥ ନାମକ ଯୁବକକୁ...

ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ l

ବ୍ରହ୍ମପୁର,୧୯/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ପୂର୍ବ ଶତ୍ରୁତାକୁ...

ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ୩ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୨ନାବାଳକକୁ ଅଟକ ରଖିଛି ।

ବ୍ରହ୍ମପୁର,୧୯/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):--ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ସ୍ଥାନୀୟ ଓମ୍ ନଗର...
spot_img

Related Articles

Popular Categories

spot_imgspot_img