ଖୋର୍ଦ୍ଧା,୨୨/୮(କଳିଙ୍ଗ ଜାଗରଣ ବ୍ୟୁରୋ):- ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରେ ଅବକାରୀ ବିଭାଗର ଚଢଉ ବେଳେ ଏକ ପିକଅପ ଭ୍ୟାନରୁ ୧୦ କ୍ୱିଣ୍ଟାଲ ୫୦ କିଲୋ ଓଜନର ଗଞ୍ଜେଇ ଜବତ ସହ ଜଣେ ଗିରଫ । ଗିରଫ ଅଭିଯୁକ୍ତ ଜଣଙ୍କ ଖୋର୍ଦ୍ଧା ଗୁଡୁମୁ ଗାଁର ପ୍ରିୟ ରଂଜନ ପଣ୍ଡା ହୋଇଥିବାବେଳେ ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କାରୁ ଅଧିକ ହେବ ।