ପାଟପୁର,୧୪/୦୮(ସପନ ଦାସ):-ପାଟପୁର ସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ରେ ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ଶଙ୍କର ପ୍ରସାଦ ଅଧିକାରୀ ଅଧ୍ୟକ୍ଷତା କରି ସଂସ୍କୃତ ସପ୍ତାହ ର ମହତ୍ତ୍ଵ ସମ୍ପର୍କ ରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ରେ ସଂଯୋଜନା ସହ ସଭା ପ୍ରାରମ୍ଭ ରେ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ. କୈଳାଶ ଚନ୍ଦ୍ର ସ୍ୱାଇଁ ଗାୟତ୍ରୀ ମନ୍ତ୍ର ଏବଂ ବେଦ ପଠନ କରିଥିଲେ।

ମୁଖ୍ୟ ବକ୍ତା ରୂପେ ଆଡ଼ପଡା ସ୍ଥିତ ମାଣିକେଶ୍ଵରୀ ବିଦ୍ୟାପୀଠ ର ସଂସ୍କୃତ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ଚର୍ଚ୍ଚୀ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ସଂସ୍କୃତ ଭାଷାର ସମୃଦ୍ଧ ଐତିହ୍ୟକୁ ପ୍ରଚାର ଓ ସୁରକ୍ଷା କରିବା ପାଇଁ ପ୍ରେରଣା ଏବଂ ଆହ୍ବାନ ଦେଇଥିଲେ। ଅନେକ ଛାତ୍ର ଛାତ୍ରୀ ବିଭିନ୍ନ ସଂସ୍କୃତ କବିତା ଗାନ ଓ ଶ୍ଳୋକ ପଠନ କରିଥିଲେ। ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଅଧ୍ୟାପକ ତ୍ରିଲୋଚନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।