କନ୍ଧମାଳ,୦୧/୮((କଳିଙ୍ଗ ଜାଗରଣ ବ୍ୟୁରୋ):- କନ୍ଧମାଳ ଜିଲ୍ଳା ନିଶା ବିନାଶ କମିଟି ପକ୍ଷରୁ ସ୍ଥାନୀୟ ଖଜୁରିପଡା, ଗୋଛାପଡ଼ା ଏବଂ ଫିରିଙ୍ଗିଆ ଥାନା ଅଂଚଳରୁ ଜବତ ହୋଇଥିବା ପ୍ରାୟ ୧୨୬୫ କେଜି ଗଞ୍ଜେଇକୁ ଗଞ୍ଜାମ ଜିଲ୍ଲା ଶେରଗଡ଼ଠାରେ ସରକାରୀ ନୀତି ଓ ନିୟମ ପ୍ରକାରେ ପୋଡ଼ି ନଷ୍ଟ କରିଦିଆଯାଇଛି। ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ବ କେଜି ଜବତ ଗଂଜେଇ ପୋଡ଼ା ଯାଇଥିବା ବେଳେ ଆଗାମୀ ଦିନରେ ଆହୁରି ଜବତ ଗଂଜେଇ ପୋଡ଼ି ନଷ୍ଟ କରାଯିବ ।