ପତ୍ରିକା ଆମ ଦୁନିଆ ହାଲଚାଲ, କଳିଙ୍ଗ ଜାଗରଣ, ଲୋକାର୍ପିତ, ସାମ୍ବାଦିକ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ପରାମର୍ଶ l

ବ୍ରହ୍ମପୁର,୨୯।୭(ଇ ରଞ୍ଜନ):- ସାମ୍ବାଦିକ ସୁରକ୍ଷା ଆଇନ ତୁରନ୍ତ ଲାଗୁ କରିବା ପାଇଁ ସରକାର ପଦକ୍ଷେପ ନେବା ଆଜିର ସ୍ଥିତିରେ ଜରୁରୀ ବୋଲି ସ୍ଥାନୀୟ ରାଜସ୍ୱ ଡାକବଙ୍ଗଳା ଠାରେ ଆମ ଦୁନିଆ ହାଲଚାଲ ପରିବାର ତରଫରୁ ଆୟୋଜିତ ଉତ୍ସବରେ ବ୍ରହ୍ମପୁର ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାସିକ ପତ୍ରିକା “ଆମ ଦୁନିଆ ହାଲଚାଲ”ର ପ୍ରଥମ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି l ଏବଂ ଏହି ଅବସରରେ କହିଛନ୍ତି ବିଧାୟକ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀ ମାନଙ୍କ ସୁରକ୍ଷା ପାଇଁ ସୁରକ୍ଷା କର୍ମଚାରୀଙ୍କୁ ନିୟୋଜିତ କରାଯାଉଥିବାବେଳେ ବୃତ୍ତିଗତ କାର୍ଯ୍ୟ ସମ୍ପାଦନାବେଳେ, ପ୍ରତ୍ୟେକ ମୁହୂର୍ତ୍ତରେ ବିପଦକୁ ସାମନା କରୁଥିବା ସାମ୍ବାଦିକମାନଙ୍କ ସୁରକ୍ଷା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି? ସାମ୍ବାଦିକ ସୁରକ୍ଷା ଏବଂ ପେନସନ, ସେମାନଙ୍କର ଯେ ମୌଳିକଦାବୀ, ତାହା ସରକାର ମାନିନେବା ଉଚିତ । ଏ ସମ୍ପର୍କିତ ଦାବୀ ହାସଲ ପାଇଁ ସାମ୍ବାଦିକ ସଂଗଠନ ଗୁଡ଼ିକ ଏକତ୍ରିତ ହେବା ପାଇଁ ସେ ଆହ୍ୱାନ ଦେବା ସହ ସାମ୍ବାଦିକମାନଙ୍କ ସହିତ ସେ ରହିଥିବା ଘୋଷଣା କରିଥିଲେ । ବରି ଆଇନଜୀବୀ ତଥା ବିଶିଷ୍ଟ ଆଇନଜୀବୀ ପିତବାସ ପଣ୍ଡା ଦୁନିଆ ହାଲ ଚାଲ ମିଡ଼ିଆ ଗ୍ରୁଫର ଆମ ଦୁନିଆ ହାଲଚାଲ ଏବଂ କଳିଙ୍ଗ ଜାଗରଣର ୟୁଟ୍ୟୁବ ଚ୍ୟାନେଲକୁ ଉଦ୍‌ଘାଟନ କରିବା ଅବସରରେ ବ୍ୟକ୍ତିଗତ ଚରିତ୍ର ସଂହାର ଅପେକ୍ଷା ଗଠନମୂଳକ ସମାଲୋଚନା କରି ବୃତ୍ତିଗତ ନିର୍ଭିକତା ପ୍ରଦର୍ଶନ କରିବାକୁ ସେ ସାମ୍ବାଦିକ ମାନଙ୍କୁ ପରାମର୍ଶ ଦେବାସହ ନିରପେକ୍ଷତା ଗଣମାଧ୍ୟମରେ ଆଉ ରହୁନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ ।

ଅନ୍ୟତମ ସମ୍ମାନିତ ଅତିଥିଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସାମ୍ବାଦିକତା ଏବଂ ଗଣଯୋଗାଯୋଗର ପ୍ରଫେସର ଡକ୍ଟର ବନ୍ଦିତା ପଣ୍ଡା, କଳିଙ୍ଗ ଜାଗରଣ ସାପ୍ତାହିକ ସମ୍ବାପତ୍ରର ଇ ପେପରକୁ ରିମୋଟ ମାଧ୍ୟମରେ ଶୁଭାରମ୍ଭ ଘୋଷଣା କରି ଗ୍ରାମାଞ୍ଚଳ କିମ୍ବା ଆଞ୍ଚଳିକ ସ୍ତରରେ ପ୍ରସ୍ତୁତ ବିଭିନ୍ନ ପଦାର୍ଥର ବଜାର ପ୍ରବେଶ ସାଙ୍ଗକୁ ତାହାର ବିକ୍ରୟ ଏବଂ ପ୍ରସାର ଦିଗରେ ପ୍ରବାସୀ ଭାରତୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିପାରିଲେ କୁଟିର ଶିଳ୍ପ, ବିଶେଷ କରି ମହିଳାମାନଙ୍କର ଆର୍ଥିକ ଅଭିବୃଦ୍ଧିରେ ତାହା ସହାୟକ ହେବାସହ ଓଡ଼ିଶାର ଆଉ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ତାଙ୍କ ବିଦେଶ ଗସ୍ତର ଅନୁଭୁତି ସମ୍ପର୍କରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ଏ କ୍ଷେତ୍ରରେ କଳିଙ୍ଗ ଜାଗରଣ ଇପେପର କାର୍ଯ୍ୟକଲେ ତାହା ଜନସାଧାରଣଙ୍କ ଆଶେଷ ଉପକାର ହେବ ବୋଲି ମତ ରଖିଥିଲେ । ପତ୍ରିକାର ପ୍ରକାଶକ ଏବଂ ସମ୍ପାଦକ ରମେଶ ଚନ୍ଦ୍ର ପାତ୍ର ଆମ ଦୁନିଆ ହାଲଚାଲର ଗ୍ରୁଫ ଦ୍ୱାରା ପ୍ରକାଶିତ ପ୍ରତ୍ୟେକ ପତ୍ରିକା, ଚ୍ୟାନେଲ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ଶିକ୍ଷାନିବେଶମାନଙ୍କୁ ତାଲିମ ସହାୟତା ଯୋଗାଇ ଦେବା ଘୋଷଣା କରିବା ସହ ଏହି ପ୍ରକାଶନ ଗ୍ରୁଫର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।
ଏହି ଗ୍ରୁଫ ପ୍ରକାଶନର ୪ଟି ଲୋଗୋକୁ ସାମ୍ବାଦିକତା ଏବଂ ଗଣଯୋଗାଯୋଗ ଛାତ୍ରଛାତ୍ରୀମାନେ ମିଳିତ ଭାବେ ଲୋକାର୍ପଣ କରିଥିଲେ ।
ଉତ୍ସବରେ ବରିଷ୍ଟ ସାମ୍ବାଦିକ ଏବଂ ଉତ୍କଳ ସାମ୍ବାଦିକ ସଂଘ ଭୁବନେଶ୍ୱର ରାଜ୍ୟ ପରାମର୍ଶଦାତା ପ୍ରକାଶ ଚନ୍ଦ୍ର ମିଶ୍ର ସଭାପତି ଭାବେ ଯୋଗ ଦେଇ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ସାମ୍ବାଦିକମାନେ ଆତ୍ମନିୟନ୍ତ୍ରଣରେ ରହିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ନ୍ୟୁଜ୍‌ନର୍ଭ ମିଡ଼ିଆ ସର୍ଭିସ ଦ୍ୱାରା ପ୍ରକାଶିତ “ବାର୍ତ୍ତାତତ୍ତ୍ୱ” ତ୍ରୟମାସିକ ଜର୍ଣ୍ଣାଲକୁ ବିତରଣ କରାଯାଇଥିଲା ।
ସଂଯୋଜକ ସରୋଜ କୁମାର ମହାନ୍ତି ଉତ୍ସବକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img