ଭୁବନେଶ୍ୱର,୩୦/୬(କଳିଙ୍ଗ ଜାଗରଣ ବ୍ୟୁରୋ):-ପୁରୀ ଶରଧାବାଲିରେ ଦଳାଚକଟା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ତେବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏବଂ ଦଳଚକଟା ଅଘଟଣ ପାଇଁ ପୁରୀ ଏସ୍ ପି ଏବଂ ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି।