ଭୁବନେଶ୍ୱର,୨୮/୪(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ରାଜଧାନୀ ଖଣ୍ଡଗିରିରେ ଏକ ଟ୍ରକରୁ ୫ କ୍ୱିଣ୍ଟାଲ ଓଜନର ଗଞ୍ଜେଇ ପୁଲିସ ଜବତ କରିଛି । ଉକ୍ତ ଗଂଜେଇ ଫୁଲବାଣୀରୁ ହିମାଚଳ ପ୍ରଦେଶ ଚାଲାଣ ହେଉଥିଲା ବୋଲି ସୂଚନା ମିଳିଥିବାବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ । ଏବଂ ସ୍ଥାନୀୟ ପୁଲିସ ଗଞ୍ଜେଇକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।