Saturday, September 13, 2025
12.3 C
London

ପି ଡବ୍ଲୁ ଡି ପକ୍ଷରୁ ନିର୍ମାଣ ଚାଲିଥିବ ରାସ୍ତା ଓ ଡ୍ରେନେଜ୍ କାର୍ଯ୍ୟ ଅତି ନିମ୍ନ ମାନର ; ଅଭିଯୋଗ ଆଣିଲେ ଜଗଦଳପୁର ଗ୍ରାମବାସୀ । 

କୁକୁଡ଼ାଖଣ୍ଡି,୧୪/୩(ଇ.ରଂଜନ):-ବ୍ରହ୍ମପୁର ସହର ଉପକଣ୍ଠ ଜଗଦଳପୁର ଠାରୁ ରତନପୂର ରାଜପଥ-୫୯ କୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତା ମରାମତି ଚାଲିଥିବା ବେଳେ ଅତି ନିମ୍ନମାନର ହୋଇଥିବା କାର୍ଯ୍ୟ ହେଉଥିବା ନେଇ ଜଗଦଳପୁର ଗ୍ରାମ ବାସୀଙ୍କ ପକ୍ଷରୁ କୋଠା ନିର୍ମାଣ ବିଭାଗ ଡିଭିଜନ-୨ ଅଧିକ୍ଷଣ ଯନ୍ତ୍ରୀ ଇଂ. ସନ୍ଦୀପ ପାଣିଗ୍ରାହୀଙ୍କୁ ଭେଟି ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ବ୍ରହ୍ମପୁର ଗେଟ୍ ବଜାର ରାସ୍ତା ଠାରୁ ଜଗଦଳପୁର ଗ୍ରାମ ରାସ୍ତା ଦେଈ ରତ୍ନପୁର ଠାରେ ଜାତିୟ ରାଜ ପଥକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତାରେ ପ୍ରତିଦିନ ଶହ ଶହ ମାଲବାହୀ, ଯାତ୍ରୀବାହୀ, ଭାରିଜାନ ତଥା ଗାଡ଼ି ମଟର ଯାତାୟାତ ଚଳ ପ୍ରଚଳ କରୁଅଛି । ତଥାପି ବିଭାଗୀୟ ଅବହେଳାରୁ ଜଗଦଳପୁର ଗ୍ରାମ ମଧ୍ଯ ଦେଇ ଯାଇଥିବା ଏହି ରାସ୍ତା ନିର୍ମାଣ ବେଳେ କୌଣସି ଯନ୍ତ୍ରୀ କିମ୍ବା ପ୍ରଶାସନ ଅଧିକାରୀଙ୍କ ଦୃଷ୍ଟି ପଡୁନଥିବାରୁ ରାତି ଅଧୀୟାରେ କାମ ଚଳା ଭାବେ ମରାମତି କାର୍ଯ୍ୟ ଚାଲିଛି । ସଂପୃକ୍ତ ଠିକାଦାର ପ୍ରାୟ ୨୦ କୋଟି ଟଙ୍କାର ଏହି ରାସ୍ତା ମରାମତି କାର୍ଯ୍ୟକୁ ନିଜ ମନମୁତାବକ ଫାଇଦା ପାଇଁ ମରମ୍ ବଦଳେ ରାସ୍ତା କଡରେ ଥିବା ବିଲରୁ ଜେସିବି ସହାୟତାରେ ମାଟି ବାହାର କରି ଉକ୍ତ ରାସ୍ତା କଡରେ ପକାଉଥିବା ଅଭିଯୋଗ ହୋଇଛି । ଏବଂ ପଥର ମକ୍କା ମେଟାଲ ପରିବର୍ତ୍ତେ ଷ୍ଟୋନ୍ କ୍ରସର୍ ଗୁଣ୍ଡ ଏବଂ ବିନା ଲୁହା ଛଡରେ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି । ତଦାରଖ ଦାଇତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସ୍ଥାନୀୟ ରାଜନୈତିକ ବ୍ୟକ୍ତିଙ୍କ ପ୍ରରୋଚନାରେ ପଡି ମରାମତି କାର୍ଯ୍ୟରେ ହେଉଥିବା ଅନିୟମିତତାକୁ ଜାଣିଶୁଣି ନୀରବ ଦ୍ରଷ୍ଟା ସାଜିଥିବାରୁ ବାଧ୍ୟ ହୋଇ ଗ୍ରାମବାସୀଙ୍କ ପକ୍ଷରୁ ଉଚ୍ଚ କତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଗ୍ରାମବାସୀଙ୍କ ଘରକୁ ଘର ଯୋଗାଇଦୀଆଯାଇଥିବା ପାନୀୟ ଜଳ ନିଷ୍କାସିତ ନିମନ୍ତେ ଡ୍ରେନେଜ୍ ବ୍ୟବସ୍ତା ପାଇଁ ବହୁ ଦିନରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଉକ୍ତ ବିଭାଗ ଆର୍ ଡବ୍ଲୁ ଏସ ଏସ ଅଧିକାରଙ୍କ ମଧ୍ୟରେ ସମ୍ମନ୍ୟୟ ଅଭାବ ଯୋଗୁଁ ରାସ୍ତାରେ ନାଳ ପାଣି ଭାସୁଅଛି। ଏହି ପରିପରେକ୍ଷୀରେ ଗ୍ରାମବାସୀଙ୍କ ପକ୍ଷରୁ ଗୁରୁବାର ମଧ୍ୟାହ୍ନରେ ଉଭୟ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଭେଟି ଏହାର ତୁରନ୍ତ ସମାଧାନ ନିମନ୍ତେ ଦାବୀ ଜଣାଇଥିଲେ। ଉଭୟ ବିଭାଗୀୟ ଯନ୍ତ୍ରୀ ନିର୍ମାଣ ସ୍ଥଳକୁ ଆସି ପରିଦର୍ଷନରେ ଆସି ତଦାରଖ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । 

Hot this week

ପୁରୀ ଜିଲା ନିମାପଡାରେ ପରକୀୟା ପ୍ରୀତିର କରୁଣ ପରିଣତି ଦେଖିବାକୁ ମିଳିଛି ।

ନିମାପଡା,୧୧/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ପୁରୀ ଜିଲା ନିମାପଡାରେ ପରକୀୟା ପ୍ରୀତିର କରୁଣ ପରିଣତି...

ନେପାଳରେ ଫସି ରହିଛନ୍ତି ୨୩ ଜଣ ଓଡିଆ ।

ନେପାଳ,୧୧/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ନେପାଳରେ ହିଂସା ଜାରି ଥିବାବେଳେ ନେପାଳର ପଶୁପତିନାଥ ଦର୍ଶନ...

ଫୁଲଟା ଗଣେଷ ବିସର୍ଜନ ରେ ଡିଜେ ଘମାଘୋଟ, ବଜରଙ୍ଗୀ ଡିଜେ ଜବତ୍।

ବ୍ରହ୍ମପୁର,୦୯/୯(ଇ ରଞ୍ଜନ):- ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗ୍ରାମ...

କୁକୁଡ଼ାଖଣ୍ଡି କଂଗ୍ରେସ ପକ୍ଷରୁ ସଙ୍ଗଠନ ସୁଜନ୍ ଅଭିଯାନ ଅନୁଷ୍ଟିତ l

କୁକୁଡ଼ାଖଣ୍ଡି ,୦୯/୯(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ କୁକୁଡ଼ାଖଣ୍ଡି ଇନ୍ଦିରା ଆବାସ ନିକଟରେ ଆଜି...

Topics

ପୁରୀ ଜିଲା ନିମାପଡାରେ ପରକୀୟା ପ୍ରୀତିର କରୁଣ ପରିଣତି ଦେଖିବାକୁ ମିଳିଛି ।

ନିମାପଡା,୧୧/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ପୁରୀ ଜିଲା ନିମାପଡାରେ ପରକୀୟା ପ୍ରୀତିର କରୁଣ ପରିଣତି...

ନେପାଳରେ ଫସି ରହିଛନ୍ତି ୨୩ ଜଣ ଓଡିଆ ।

ନେପାଳ,୧୧/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ନେପାଳରେ ହିଂସା ଜାରି ଥିବାବେଳେ ନେପାଳର ପଶୁପତିନାଥ ଦର୍ଶନ...

ଫୁଲଟା ଗଣେଷ ବିସର୍ଜନ ରେ ଡିଜେ ଘମାଘୋଟ, ବଜରଙ୍ଗୀ ଡିଜେ ଜବତ୍।

ବ୍ରହ୍ମପୁର,୦୯/୯(ଇ ରଞ୍ଜନ):- ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗ୍ରାମ...

କୁକୁଡ଼ାଖଣ୍ଡି କଂଗ୍ରେସ ପକ୍ଷରୁ ସଙ୍ଗଠନ ସୁଜନ୍ ଅଭିଯାନ ଅନୁଷ୍ଟିତ l

କୁକୁଡ଼ାଖଣ୍ଡି ,୦୯/୯(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ କୁକୁଡ଼ାଖଣ୍ଡି ଇନ୍ଦିରା ଆବାସ ନିକଟରେ ଆଜି...

ପୁରୁଷ ହକି ଏସିଆ କପ୍ ୨୦୨୫ ଫାଇନଲ୍ ମ୍ୟାଚ୍ ରେ ଦକ୍ଷିଣ କୋରିଆକୁ ୪-୧ରେ ହରାଇ ଭାରତ ବିଜୟ ମୁକୁଟ ପିନ୍ଧିଛି।

ନୂଆଦିଲ୍ଲୀ,୦୮/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ପୁରୁଷ ହକି ଏସିଆ କପ୍ ୨୦୨୫ ଫାଇନଲ୍ ମ୍ୟାଚ୍...

ଯାତ୍ରୀବାହୀ ଅଟୋକୁ ଆକ୍ରମଣ କଲା ହାତୀ ପଲ ।

ମୟୂରଭଞ୍ଜ,୦୮/୯(କଳିଙ୍ଗ ଜାଗରଣ ବ୍ୟୁରୋ):- ମୟୂରଭଞ୍ଜ ଜିଲ୍ଲା ବାରମାଇଲ-ଚିତ୍ରଡ଼ା ରାସ୍ତାର ଅସ୍ତିଆବନ୍ଧ ନିକଟରେ...

ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଗାଁ ପାଖ ନାଳରୁ ଉଦ୍ଧାର ହୋଇଛି।

ଅନୁଗୁଳ ,୦୮/୯(କଳିଙ୍ଗ ଜାଗରଣ ବ୍ୟୁରୋ):- ଅନୁଗୁଳ ସଦର ଥାନା ଅଂଚଳରେ ଜଣେ...
spot_img

Related Articles

Popular Categories

spot_imgspot_img