ପି ଡବ୍ଲୁ ଡି ପକ୍ଷରୁ ନିର୍ମାଣ ଚାଲିଥିବ ରାସ୍ତା ଓ ଡ୍ରେନେଜ୍ କାର୍ଯ୍ୟ ଅତି ନିମ୍ନ ମାନର ; ଅଭିଯୋଗ ଆଣିଲେ ଜଗଦଳପୁର ଗ୍ରାମବାସୀ । 

କୁକୁଡ଼ାଖଣ୍ଡି,୧୪/୩(ଇ.ରଂଜନ):-ବ୍ରହ୍ମପୁର ସହର ଉପକଣ୍ଠ ଜଗଦଳପୁର ଠାରୁ ରତନପୂର ରାଜପଥ-୫୯ କୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତା ମରାମତି ଚାଲିଥିବା ବେଳେ ଅତି ନିମ୍ନମାନର ହୋଇଥିବା କାର୍ଯ୍ୟ ହେଉଥିବା ନେଇ ଜଗଦଳପୁର ଗ୍ରାମ ବାସୀଙ୍କ ପକ୍ଷରୁ କୋଠା ନିର୍ମାଣ ବିଭାଗ ଡିଭିଜନ-୨ ଅଧିକ୍ଷଣ ଯନ୍ତ୍ରୀ ଇଂ. ସନ୍ଦୀପ ପାଣିଗ୍ରାହୀଙ୍କୁ ଭେଟି ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ବ୍ରହ୍ମପୁର ଗେଟ୍ ବଜାର ରାସ୍ତା ଠାରୁ ଜଗଦଳପୁର ଗ୍ରାମ ରାସ୍ତା ଦେଈ ରତ୍ନପୁର ଠାରେ ଜାତିୟ ରାଜ ପଥକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତାରେ ପ୍ରତିଦିନ ଶହ ଶହ ମାଲବାହୀ, ଯାତ୍ରୀବାହୀ, ଭାରିଜାନ ତଥା ଗାଡ଼ି ମଟର ଯାତାୟାତ ଚଳ ପ୍ରଚଳ କରୁଅଛି । ତଥାପି ବିଭାଗୀୟ ଅବହେଳାରୁ ଜଗଦଳପୁର ଗ୍ରାମ ମଧ୍ଯ ଦେଇ ଯାଇଥିବା ଏହି ରାସ୍ତା ନିର୍ମାଣ ବେଳେ କୌଣସି ଯନ୍ତ୍ରୀ କିମ୍ବା ପ୍ରଶାସନ ଅଧିକାରୀଙ୍କ ଦୃଷ୍ଟି ପଡୁନଥିବାରୁ ରାତି ଅଧୀୟାରେ କାମ ଚଳା ଭାବେ ମରାମତି କାର୍ଯ୍ୟ ଚାଲିଛି । ସଂପୃକ୍ତ ଠିକାଦାର ପ୍ରାୟ ୨୦ କୋଟି ଟଙ୍କାର ଏହି ରାସ୍ତା ମରାମତି କାର୍ଯ୍ୟକୁ ନିଜ ମନମୁତାବକ ଫାଇଦା ପାଇଁ ମରମ୍ ବଦଳେ ରାସ୍ତା କଡରେ ଥିବା ବିଲରୁ ଜେସିବି ସହାୟତାରେ ମାଟି ବାହାର କରି ଉକ୍ତ ରାସ୍ତା କଡରେ ପକାଉଥିବା ଅଭିଯୋଗ ହୋଇଛି । ଏବଂ ପଥର ମକ୍କା ମେଟାଲ ପରିବର୍ତ୍ତେ ଷ୍ଟୋନ୍ କ୍ରସର୍ ଗୁଣ୍ଡ ଏବଂ ବିନା ଲୁହା ଛଡରେ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି । ତଦାରଖ ଦାଇତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସ୍ଥାନୀୟ ରାଜନୈତିକ ବ୍ୟକ୍ତିଙ୍କ ପ୍ରରୋଚନାରେ ପଡି ମରାମତି କାର୍ଯ୍ୟରେ ହେଉଥିବା ଅନିୟମିତତାକୁ ଜାଣିଶୁଣି ନୀରବ ଦ୍ରଷ୍ଟା ସାଜିଥିବାରୁ ବାଧ୍ୟ ହୋଇ ଗ୍ରାମବାସୀଙ୍କ ପକ୍ଷରୁ ଉଚ୍ଚ କତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଗ୍ରାମବାସୀଙ୍କ ଘରକୁ ଘର ଯୋଗାଇଦୀଆଯାଇଥିବା ପାନୀୟ ଜଳ ନିଷ୍କାସିତ ନିମନ୍ତେ ଡ୍ରେନେଜ୍ ବ୍ୟବସ୍ତା ପାଇଁ ବହୁ ଦିନରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଉକ୍ତ ବିଭାଗ ଆର୍ ଡବ୍ଲୁ ଏସ ଏସ ଅଧିକାରଙ୍କ ମଧ୍ୟରେ ସମ୍ମନ୍ୟୟ ଅଭାବ ଯୋଗୁଁ ରାସ୍ତାରେ ନାଳ ପାଣି ଭାସୁଅଛି। ଏହି ପରିପରେକ୍ଷୀରେ ଗ୍ରାମବାସୀଙ୍କ ପକ୍ଷରୁ ଗୁରୁବାର ମଧ୍ୟାହ୍ନରେ ଉଭୟ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଭେଟି ଏହାର ତୁରନ୍ତ ସମାଧାନ ନିମନ୍ତେ ଦାବୀ ଜଣାଇଥିଲେ। ଉଭୟ ବିଭାଗୀୟ ଯନ୍ତ୍ରୀ ନିର୍ମାଣ ସ୍ଥଳକୁ ଆସି ପରିଦର୍ଷନରେ ଆସି ତଦାରଖ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । 

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img