ରାୟଗଡା,୧୦/୧(ଡି.ଏଚ୍.ବ୍ୟୁରୋ):ରାୟଗଡା କନଭେଟ୍ ସ୍କୁଲ ଛକ ନିକଟ ଏସକେ ମାର୍ଟରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଏକ ଲୁଗା ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି । ୪ ମହଲା ବିଶିଷ୍ଟ ମାର୍ଟରେ ଅଗ୍ନିକାଣ୍ଡ ଯୋଗୁଁ ସମସ୍ତ ସାମଗ୍ରୀ ଜଳି ନଷ୍ଟ ହୋଇଯାଇଥିବାବେଳେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି ।ଏଥିରେ କେହି ମୃତାହତ ହୋଇ ନାହାଁନ୍ତି ।